Odisha Link
Bridging the Missing Links in Odisha

ଫୁଲବାଣୀରେ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର: ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଛାତ୍ର ଚୀନରେ ଏମବିବିଏସ କରୁଥିଲେ। ସମ୍ପୃକ୍ତ ଅସୁସ୍ଥ ଡାକ୍ତରୀ ଛାତ୍ର ଜଣକ ଗତ ୧୧ ତାରିଖରେ ଚୀନରୁ ଫେରିଥିଲେ। ଘରକୁ ଫେରିବା ଦିନ ଠାରୁ କାଶ ଓ ଥଣ୍ଡା ଛାଡ଼ୁନଥିବାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। କରୋନା ଆଶଙ୍କା କରି ସେ ନିଜେ ସିଡିଏମଓଙ୍କୁ ଚିଠି ଲେଖିଥିବା ଜଣାଯାଇଛି। ଚିଠି ଲେଖିବା ପରେ ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କୁ ଏସସିବି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.