Odisha Link
Bridging the Missing Links in Odisha

ଫାଶୀ ପାଇଁ ଜହ୍ଲାଦ ପ୍ରସ୍ତୁତ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲରେ ପହଞ୍ଚିଛନ୍ତି ଜହ୍ଲାଦ ପବନ। ଆସନ୍ତାକାଲି ସକାଳ ୬ଟାରେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଛି। ଏଥିପାଇଁ ଆଜି ଅପରାହ୍ଣରେ ପବନ ଡମି ଫାଶୀକୁ କାର୍ଯ୍ୟକାରୀ କରିବେ। ସେପଟେ ଘଟଣାରେ ଟ୍ବିଷ୍ଟ୍‌ ଦେଖିବାକୁ ମିଳିଛି। ଦୋଷୀ ପବନ ଗୁପ୍ତା ଫାଶିକୁ ବିଳମ୍ବିତ କରିବା ପାଇଁ ଆଜି ସୁପ୍ରିମକୋର୍ଟରେ ରିଭ୍ୟୁ ପଟିସନ୍‌ ଦାଖଲ କରିଛନ୍ତି।

କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଜେଲ କର୍ତ୍ତୃପକ୍ଷ ୧ ତାରିଖକୁ ନଜରେ ରଖି ଫାଶି ନିମନ୍ତେ ସବୁ କାର୍ଯ୍ୟ କରିବାରେ ଲାଗିଛନ୍ତି। ପବନ ଜହ୍ଲାଦ କହିଛନ୍ତି, “୪ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ମୁଁ ପ୍ରସ୍ତୁତ ରହିଛି। ମୁଁ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ ଶାନ୍ତି ପାଇବି। କେବଳ ମୁଁ ନୁହେଁ, ସେମାନେ ଫାଶୀ ପାଇଲେ ନିର୍ଭୟାଙ୍କ ବାପାମା’ ଓ ନ୍ୟାୟ ଅପେକ୍ଷାରେ ଥିବା ସମଗ୍ର ଦେଶବାସୀ ମଧ୍ୟ ଶାନ୍ତି ପାଇବେ। ଏଭଳି ଅପରାଧୀଙ୍କୁ ଫାଶୀରେ ଝୁଲାଯିବା ଦରକାର।”

ଯଦି କୋର୍ଟ ଆଜି ଫାଶୀ ତାରିଖ ଘୁଞ୍ଚାଇବେ, ତେବେ ପବନ ଜହ୍ଲାଦ ତିହାର ଜେଲରେ ରହି ନିୟମିତ ଫାଶୀ ଦେବାର ଅଭ୍ୟାସ କରିବେ।ଫଳରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ବେଳେ କୌଣସି ଅସୁବିଧା ହେବନାହିଁ। ପବନ ଜହ୍ଲାଦ ପୂର୍ବରୁ କାହାକୁ ଫାଶୀ ଖୁଣ୍ଟରେ ଝୁଲାଇ ନାହାଁନ୍ତି କିନ୍ତୁ ତାଙ୍କ ବାପା ଓ ଦାଦା ଜହ୍ଲାଦ ଭାବେ କାର୍ଯ୍ୟ କରି ସାରିଛନ୍ତି।

Comments are closed.