ଆଜିଠରୁ ଝାରସୁଗୁଡ଼ାରୁ ବାରଣାସୀ ମଧ୍ୟରେ ବିମାନ ସେବା ଆରମ୍ଭ
ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଚଳାଚଳ କରିବ ଏଲାଏନ୍ସ ଏୟାର। ଏଲାଏନ୍ସ ଏୟାର ପକ୍ଷରୁ ଇଞ୍ଜଜ-୭୨ ବିମାନ ଚଳାଚଳ କରିବ। ଏହି ବିମାନଟି ୭୨ ସିଟ ବିଶିଷ୍ଟ। ବିମାନଟି ଝାରସୁଗୁଡା ବିମାନବନ୍ଦରରୁ ଦିନ ୧୦ଟା ସମୟରେ ଛାଡି ଭୁବନେଶ୍ୱରରେ ୧୧ଟା ୦୫ ମିନିଟରେ ପହଞ୍ଚିବ।
ପରେ ଭୁବନେଶ୍ୱରରୁ ଦିନ ୧୨ଟା ୧୫ମିନିଟରେ ଛାଡି ବାରଣାସୀରେ ୨ଟା ସମୟରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତୃପକ୍ଷ। ସେହି ବିମାନଟି ବାରଣାସୀରୁ ଦିନ ୨ଟା୩୦ମିନିଟରେ ଛାଡି ଭୁବନେଶ୍ୱରରେ ୪ଟା ୨୦ମିନିଟରେ ପହଞ୍ଚିବ ଏବଂ ଭୁବନେଶ୍ୱରରୁ ଅପରାହ୍ନ ୪ଟା ୪୫ମିନିଟରେ ଛାଡି ଝାରସୁଗୁଡାରେ ୫ଟା ୫୦ ମିନିଟରେ ପହଞ୍ଚିବାର ସୂଚନା ରହିଛି।
ସେପଟେ ୨୭ ତାରିଖରେ ଏଲାୟନ୍ସ ଏୟାର ପକ୍ଷରୁ କୋଲକାତାରୁ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଯାଇଛି। ଏଲାୟନ୍ସ ଏୟାର ପକ୍ଷରୁ ଉଡାନ ୩ ସ୍କିମରେ ନିୟମିତ କୋଲକାତା-ଝାରସୁଗୁଡ଼ା ମଧ୍ୟରେ ଏହି ବିମାନ ଚଳାଚଳ କରିବାକୁ ଥିବା ବେଳେ ୨୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବିମାନ କୋଲକାତାରୁ ଦିନ ୧୧.୪୫ରେ ବାହାରି ଅପରାହ୍ନ ୧.୧୫ରେ ଝାରସୁଗୁଡ଼ାରେ ପହଞ୍ଚିଥିଲା। ପୁଣି ଝାରସୁଗୁଡ଼ରୁ ଅପରାହ୍ନ ୧.୪୫ରେ ବାହାରି ୩.୧୫ରେ କୋଲକତାରେ ପହଞ୍ଚିଥିଲା। ତେବେ ଆଜିଠାରୁ ଏହି ସମୟରେ ପରିବର୍ତ୍ତନ ହେବ ବୋଲି ଏଲାୟନ୍ସ ଏୟାରର ଷ୍ଟେସନ୍ ମ୍ୟାନେଜର୍ ଅଭିଜିତ ଶତପଥୀ ପୂର୍ବରୁ ସୂଚନା ଦେଇସାରିଛନ୍ତି।
Comments are closed.