ଦାଦନ ଖଟିବାକୁ ଯାଇଥିଲେ; ସ୍ୱାମୀଙ୍କ ମୃତ ଦେହ ଧରି ଘରକୁ ଫେରିଲେ ସ୍ତ୍ରୀ
![](https://www.odishalink.com/wp-content/uploads/2020/01/dead.jpg)
କଣ୍ଟାବାଞ୍ଜି : ସାଧାରଣତଃ ଲୋକମାନେ ରୋଜଗାର କରିୂା ପାଇଁ ବାହାରକୁ କାମ କରିବାକୁ ଯାଇଥାନ୍ତି । ଘାସିରାମ ବରିହା ନାମକ ଜଣେ ବ୍ୟକ୍ତି ଟଙ୍କା ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।
ଗତକାଲି ରାତିରେ ଶବକୁ ଧରି ଘାସିରାମଙ୍କର ସ୍ତ୍ରୀ ଟ୍ରେନରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ହେଲେ କେଉଁ କାରଣରୁ ସ୍ୱାମୀଙ୍କର ମୃତ୍ୟୁ ଘଟିଛି ସେ କିଛି କହିନାହାନ୍ତି । ଏଥିସହ ମୃତଦେହକୁ କେମିତି ଆଣିଲେ ସେକଥା କିଛି ବି କହିନାହାନ୍ତି ।
ଘାସିରାମଙ୍କର ପୁଅ ଓ ଝିଅ ହାଇଦ୍ରାବାଦରେ ରହିଯାଇଥିବା ସନ୍ଦେହ କରାଯାଉଛି । ଏ ନେଇ ସ୍ଥାନୀୟ ପୁଲିସ୍ କିମ୍ବା ଶ୍ରମ ବିଭାଗର ମତାମତ ମିଳିପାରିନାହିଁ । ଘାସିରାମ ଘର ବେଲପଡ଼ା ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗାଁରେ।
Comments are closed.