ଏଣିକି ଅନଲାଇନରେ ହେବ ଓଜେଇଇ

ଭୁବନେଶ୍ବର: ମେ ମାସ ପ୍ରଥମ ସପ୍ତାହରେ ହେବ ଓଜେଇଇ ପରୀକ୍ଷା। ହେଲେ ଚଳିତବର୍ଷ ଓଜେଇଇ ଅନ୍ଲାଇନରେ ହେବ। ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ମେ’ ପ୍ରଥମ ସପ୍ତାହରେ ପ୍ରଥମ ଓଜେଇଇ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଗତବର୍ଷ କେବଳ ପିଜି କୋର୍ସରେ ସିବିଟି ପଦ୍ଧତି ଲାଗୁ ହୋଇଥିଲା।
Comments are closed.