୩ ଦିନରେ ୨ଟି ସୁପର ଓଭର ଜିତିଲା ଟିମ୍ ଇଣ୍ଡିଆ
ଓ୍ବେଲିଂଟନ: ୪ର୍ଥ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ଫଳାଫଳ ନ ଆସିବାରୁ ସୁପରଓଭର ମ୍ୟାଚ୍ ଖେଳାଯାଇଥିଲା। ସୁପରଓଭରରେ ବମ୍ପର ବିଜୟ ଲାଭ କଲା ଟିମ୍ ଇଣ୍ଡିଆ। ପୂର୍ବରୁ ସିରିଜ ଜିତି ସାରିଥିବା ଟିମ୍ ଇଣ୍ଡି୍ରା ୪ର୍ଟ ଟି-୨୦ ମ୍ୟାଚ ଜିତିବା ସହ ଟିମ୍ ଇଣ୍ଡିଆ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୪-୦ରେ ଆଗୁଆ ରହିଛି। ଫଳରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ ନିଜ ନାମରେ କରିଛି।
ଓ୍ବେଲିଂଟନରେ ଖେଳାଯାଇଥିବା ରୋମଞ୍ଚକର ସୁପରଓଭର ମୁକାବିଲାରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଦମଦାର ବ୍ୟାଟି ବଳରେ ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ କରିଥିଲା।
ଜବାବରେ ଭାରତକୁ ୬ ବଲରେ ୧୪ ରନର ଆବଶ୍ୟକତା ଥିବା ବେଳେ କେଏଲ ରାହୁଲ ପ୍ରଥମ ଓ ଦ୍ବିତୀୟ ବଲରେ ଯଥାକ୍ରମେ ୬ ଓ ୪ ରନ୍ କରି ନ୍ୟୁଜିଲାଣ୍ଡ ପାଖରୁ ମ୍ୟାଚ ଛଡ଼ାଇ ଆଣିଥିଲେ। ପରେ ତୃତୀୟ ବଲରେ କେଏଲ ରାହୁଲ ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲି ୪ର୍ଥ ବଲରେ ୨ରନ୍ ଓ ପଞ୍ଚମ ବଲରେ ଚୌକା ମାରି ଟିମକୁ ବିଜୟୀ ଭେଟି ଦେଇଥିଲେ। ଟିମ୍ ତିନି ଦିନରେ ୨ଟି ସୁପର ଓଭର ଜିତି ଏକ ବିରାଲ ରେକର୍ଡ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଲଗାତାର ୪ଟି ମ୍ୟାଚରେ ପରାଜୟ ବରଣ କରିଛି।
Comments are closed.