ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ପାଣ୍ଡିଆନ
ହିଞ୍ଜିଳି: ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଗଞ୍ଜାମରେ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ। ଏହି ଅବସରରେ ୫-ଟି ସଚିବ ଭି କେ କାର୍ତ୍ତିକେୟନ୍ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିବା ଜଣାଯାଇଛି।
ଏହାପରେ ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହିତ ପିଲାମାନଙ୍କ ସହ ମିଶି ମଧ୍ୟାହ୍ନ ହୋଜନ ଖାଇ ସ୍ଥିତି ପରଖିଥିଲେ ୫ଟି ସଚିବ। ପାଣ୍ଡିଆନ ପ୍ରଥମେ ନନ୍ଦିକ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ପରେ ପୁଟିଆପଦର, ଧୋବାହି, ସାହାପୁର, ଭାବନ୍ଧ ସ୍କୁଲ ପରିଦର୍ଶନ କରିଥିଲେ ୫ଟି ସଚିବ। ଏଥିସହ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍କୁଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ହିଞ୍ଜିଳିକାଟୁ ବ୍ଲକରେ ମଧ୍ୟ ବିଭିନ୍ନ ସ୍କୁଲ ଗସ୍ତ କରିବେ ୫ଟି ସଚିବ। ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହେବା ସହ ସୁବିଧା ଅସୁବିଧା ପଚାରି ବୁଝୁଛନ୍ତି ୫ଟି ସଚିବ।
Comments are closed.