Odisha Link
Bridging the Missing Links in Odisha

ବଜେଟ ପର୍ବରୁ ହନୁମାନଙ୍କ ଶରଣରେ ରାଷ୍ଟ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ। ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ବଜେଟ୍‌ ଅଭିଭାଷଣ। ଏହା ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌।

ହେଲେ ଏହା ପୂର୍ବରୁ ଚର୍ଚ୍ଚାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। କାରଣ ବଜେଟ ପୂର୍ବରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରଣାଳୟକୁ ଯିବା ପୂର୍ବରୁ ତାଙ୍କ ଗାର୍ଡେନରେ ଥିବା ହନୁମାନଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରିଥିଲେ। ବଜେଟ ଯେମିତି ଦେଶର ସବୁ ନାଗରିକଙ୍କ ଦ୍ୱାରା ଆଦୃତ ହୋଇପାରିବ, ସେଥିପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଏହାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଅନୁରାଗ ଠାକୁର କହିଛନ୍ତି ଯେ, “ମୋଦି ସରକାର ସବକା ସାଥ ସବକା ବିକାଶ ନୀତିକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଆମେ ବଜେଟ ପାଇଁ ସମଗ୍ର ଦେଶରୁ ପ୍ରସ୍ତାବ ପାଇଥିଲୁ। ସରକାର ଏହି ବଜେଟ ଯେମିତି ସମସ୍ତଙ୍କୁ ସୁହାଇବ, ତା’ର ବ୍ୟବସ୍ଥା କରିଛନ୍ତି।”

Comments are closed.