ବଜେଟ ପେଡି ଖୋଲିବା ପୂର୍ବରୁ କବିତା ପଢ଼ିଲେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ବଜେଟ ଅଭିଭାଷଣରେ ୨୦୧୯ରେ ବିପୁଳ ଜନମତ ସହ ମୋଦି ପୁଣି କ୍ଷମତାକୁ ଆସିଲେ ବୋଳଇ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବାକୁ ଏହି ବଜେଟ ।ଜିଏସଟି ହେଉଛି ସବୁଠାରୁ ଐତିହାସିକ ନିଷ୍ପତ୍ତି। ଅର୍ଥନୀତିକୁ ସଠିକ ଦିଗରେ ଆଗକୁ ବଢାଇବାରେ ବେଶ ସହାୟକ ହୋଇଛି। ଜିଏସଟି ଆମ ଦେଶର ଐତିହାସିକ ନିଷ୍ପତ୍ତି। ଜିଏସଟି କଥା ସଂସଦରେ ଉଠାଇବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନେ ପକାଇ ସଲାମ କରିଛନ୍ତି ସୀତାରମଣ।
ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ଘର ଯୋଗାଇବା ଆମର ଲକ୍ଷ୍ୟ। ଭାରତ ହେଉଛି ବିଶ୍ୱର ୫ମ ବୃହତ ଅର୍ଥନୈତିକ ରାଷ୍ଟ୍ର। ଦେଶ ଅର୍ଥନୀତିର ମୂଳଦୁଆ ଶକ୍ତ ରହିଛି। ଜିଏସଟି ବଳରେ ଦେଶରେ ୧୬ ଲକ୍ଷ ନୂଆ ଟିକସ ଦାତାଙ୍କ ସଂଖ୍ୟା ବଢିଛି। କେନ୍ଦ୍ର ସରକାର ୨୭ କୋଟି ଲୋକଙ୍କୁ ଗରୀବି ସୀମାରେଖା ତଳୁ ଉପରକୁ ଆଣିଛନ୍ତି । ଦରଦାମ ବୃଦ୍ଧିକୁ କମ କରିବା ପାଇଁ ସରକାର ନେଉଥିବା ପଦକ୍ଷେପ ସଫଳତା ଆଣିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ।
ବଜେଟ ପେଡି ଖୋଲିବା ପୂର୍ବରୁ କବିତା ପଢିଲେ ସୀତାରମଣ। ଅଧିକ ରୋଜଗାର ଦେବାକୁ ସରକାର ସଂକଳ୍ପ ନେଇଛନ୍ତି । ଦେଶରେ ବ୍ୟାଙ୍କଗୁଡିକର ସ୍ଥିତି ବେଶ ସୁଦୃଢ ରହିଛି । ଆମର ଆର୍ଥିକ ନୀତି ଉପରେ ଦେଶର ଭରସା ରହିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ।
Comments are closed.