ବଜେଟ ୨୦୨୦: ସ୍ବଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି

ନୂଆଦିଲ୍ଲୀ: ଚଳିତ ବଜେଟରେ ସ୍ବଚ୍ଛ ଭାରତ ମିଶନକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ୨୦-୨୧ ଆର୍ଥିକ ବର୍ଷରେ ସ୍ବଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କା ଅନୁଦାନ ଘୋଷଣ କରିଛନ୍ତି ସରକାର। ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ମୌଳିକ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ସଂସଦରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍। ଏହା ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।
Comments are closed.