ତେଜସ୍ ପରି ଆଉ ଅଧିକ ଟେନ୍ ଗଡ଼ିବ: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ୨୦୨୦-୨୧ ସାଧାରଣ ବଜେଟରେ ରେଲ ବିଭାଗ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ। ନିର୍ମଣା ସୀତାରମଣ କହିଛନ୍ତିଯେ, ରେଲୱେରେ ଆୟ ବହୁତ କମ୍। ଆୟ ବଢ଼ାଇବା ପାଇଁ ଆବଶ୍ୟକ ସୌର ଓ ଶକ୍ତି। ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ। ଦେଶରେ ତେଜସ୍ ପରି ଆଉ ଅଧିକ ଟେନ୍ ଗଡ଼ିବ। ତେଜସ୍ ଟ୍ରେନ୍ ଜରିଆରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯୋଡ଼ାଯବ। ୫୫୦ ରେଲୱ୍ୱେ ଷ୍ଟେସନେରେ ୱାଇଫାଇ ସୁବିଧା ଉପଲବ୍ଧ ରହିଛି।
ସାରା ଦେଶରେ ମାନବ ରହିବ ରେଲୱେ କ୍ରସିଂ ଶେଷ କରିଦିଆଯାଇଛି। ଷ୍ଟେସନ୍ ଗୁଡ଼ିକର ଉନ୍ନତୀକରଣ ଉପରେ ଅଧିକ ଧ୍ୟାନ ଦିଆଯିବ। ୧୧ ହଜାର କିମି ଟ୍ରାକର ବିଦ୍ୟୁତୀକରଣ ବ୍ୟବସ୍ଥା କରାଯିବ। ସୋଲାର ପାୱାର ଗ୍ରିଡ଼ ରେଳ ଧାରଣା କୋଣରେ ତିଆରି କରିବା ପାଇଁ ଯୋଜନା ହୋଇଛି । ୧୪୮ କମି ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ୍ ସିଷ୍ଟମ୍ ତିଆରି ହେବ। ଆଉ ଏଥିରେ ପାଖାପାଖି ୧୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁଥିରେ ୨୫ ପ୍ରତିଶତ ବ୍ୟବରାଦ କରବେ କେନ୍ଦ୍ର ସରକାର।
Comments are closed.