୨୦୨୨ ସୁଦ୍ଧା କୃଷକର ଆୟ ୨ଗୁଣା ହେବ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଚଳିତ ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣା ହେବ ବୋଲି କହିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ୧୬ ସୁତ୍ରୀ ଯୋଜନା ନେଇ ବଜେଟରେ ତଥ୍ୟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପରମ୍ପରା ଚାଷ, ସିଞ୍ଚନକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଚାଷ ଓ ଜଳସଂପଦ ବିଭାଗ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ଅନୁଦାନ। ମାଛ ଉତ୍ପାଦନକୁ ୨୦୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ। ବିମାନରେ ଯିବ କୃଷକଙ୍କ ଚାଷ ସାମଗ୍ରୀ। ପରିବହନ ପାଇଁ ଲାଗୁ ହେବ କିଷାନ ଉଡାଣ ଯୋଜନା। ଏଥିସହିତ ଚାଷୀଙ୍କ ସୁବିଧା ପାଇଁ ଚାଲିବ କିଷାନ ରେଳ।
ଚାଷୀଙ୍କ ପାଇଁ ପିଏମ କୁସୁମ ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ। ଏହି ଯୋଜନା ଫଳରେ ଚାଷୀଙ୍କୁ ଦିଆଯିବ ସୌର ପମ୍ପସେଟ। ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ। ଏଥିସହିତ ସେ କହିଛନ୍ତି ଯେ, ଦେଶବାସୀଙ୍କ ଆଶା ପୂରଣ କରିବ ଚଳିତ ବଜେଟ। ଏଥର ସ୍ୱାସ୍ଥ୍ୟ, ଶିକ୍ଷା, ଚାଷକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
Comments are closed.