Odisha Link
Bridging the Missing Links in Odisha

ବଜେଟ ୨୦୨୦: ରେକର୍ଡ କଲେ ନିର୍ମଳା ସୀତାରମଣ, ଅଧାରୁ କଲେ ବନ୍ଦ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କଲେ ପୂର୍ଣ୍ଣାଙ୍ଗ ବଜେଟ। ଏଥିସହିତ ନିଜ ନାମରେ ନୂଆ କିର୍ତ୍ତୀମାନ କରିଛନ୍ତି ଅର୍ଥମନ୍ତ୍ରୀ। ସେ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ କିଛି ତଥ୍ୟ ଘୋଷଣା କରିବା ପୂର୍ବରୁ ସେ ଅଧାରୁ ଏହାକୁ ବନ୍ଦ କରିଦେଇଛନ୍ତି।

ଏହାପୂର୍ବରୁ ଆଜି ଯାଏ କୌଣସି ଅର୍ଥମନ୍ତ୍ରୀ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ ଧରି କେବେ ବି ବଜେଟ ଉପରେ ଭାଷଣ ଦେଇ ନଥିଲେ। ଦୀର୍ଘ ସମୟ ଧରି ବଜେଟରେ ଥିବା ତଥ୍ୟକୁ ଉପସ୍ଥାପନ କରି ନିର୍ମଳା ରେକର୍ଡ କରିଛନ୍ତି। ବଜେଟ ବହି ସରିବାକୁ ଆଉ ୨ ପୃଷ୍ଠା ବାକି ଥିବା ବେଳେ ସୀତାରମଣ କ୍ଲାନ୍ତ ଅନୁଭବ କରିଥିଲେ। ତାଙ୍କ ମୁଣ୍ଡରୁ ମଧ୍ୟ ଝାଲ ବୋହିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେ ବାଚସ୍ପତି ଓମ ବିର୍ଲାଙ୍କ କହିଥିଲେ ଯେ “ସାର୍‌ ଆଉ ମାତ୍ର ଦୁଇ ପୃଷ୍ଠା ବାକି ରହିଛି। ହେଲେ ମୁଁ ଭାବୁଛି ଏହି ଦୁଇ ପୃଷ୍ଠା ପଢ଼ିପାରିବି ନାହିଁ।”

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିର୍ମଳାଙ୍କୁ ଆଗକୁ ନ ପଢ଼ିବାକୁ ଅଙ୍ଗୁଳି ଦେଖାଇ ଇଙ୍ଗିତ କରିଥିଲେ। ଶେଷରେ ସେ ଅଧାରୁ ନିଜର ବଜେଟ ଅବିଭାଷଣ ବନ୍ଦ କରିଥିଲେ। ଏହାପୂର୍ବରୁ ୨୦୧୯ରେ ସୀତାରମଣ ୨ ଘଣ୍ଟା ୧୭ ମିନିଟ୍‌ ଧରି ବଜେଟ ଉପସ୍ଥାପନ କରି ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ଯଶବନ୍ତ ସିଂହ ୨ ଘଣ୍ଟା ୧୫ ମିନିଟ ଧରି ବଜେଟ ଭାଷଣ ଦେଇଥିଲେ।

Comments are closed.