Odisha Link
Bridging the Missing Links in Odisha

ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ, ଜଣେ ଗୁୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଖଡ଼ିଆଲ ରାଜ୍ୟ ରାଜପଥ ମୋହରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ ସହ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ବାଇକ ଆରୋହୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ କୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛନ୍ତି। ଶତାଧିକ କଲେଜ ଛାତ୍ର ରାସ୍ତାରୋକ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭାଲୁମୁଣ୍ଡା କଲେଜକୁ ସାଇକଲ ଯୋଗେ ଆସୁଥିବା ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ଛାତ୍ର ବଳରାମ ମାଝୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତେବେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ମଧ୍ୟ ଗୁରୁତର ଅବସ୍ଥାରେ ଖଡ଼ିଆଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଜଣକ ଧୁବଳେଶ୍ୱର କଟା ବୋଲି ଜଣାପଡିଛି।
ତେବେ କେଲଜ ଛାତ୍ରଙ୍କ ମୃତ୍ୟୁ ଖବର ଆସିଲା ପରେ ଘଟଣା ସ୍ଥଳ ରେ ଉତ୍ତେଜନା ଦେଖାଯାଇଛି। ଭାଲୁମୁଣ୍ଡା କଲେଜ ର ଶତାଧିକ ଛାତ୍ରଛାତ୍ରୀ ମୃତକ ପରିବାରକୁ କ୍ଷତି ପୂରଣ ଦାବି ସହ କଲେଜ ଯିବା ଆସିବା ସମୟରେ ରେ ଭାରିଯାନ ଯିବା ଆସିବା ବନ୍ଦ କରିବାକୁ ଦାବି କରିଛନ୍ତି। ଆନ୍ଦୋଳନ ସ୍ଥଳକୁ ଖଡ଼ିଆଳ ପୋଲିସ, ବଙ୍ଗୋମୁଣ୍ଡା ପୋଲିସ ଓ ଦମକଳ ଗାଡି ପହଞ୍ଚିବ। ବଙ୍ଗୋମୁଣ୍ଡା ତହସିଲଦାର ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ କଲେଜ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଛନ୍ତି।

Comments are closed.