ସପ୍ତାହେ ପାଳନ ହେବ ବିଜୁ ଜୟନ୍ତୀ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ବିଜୁ ଜୟନ୍ତୀଙ୍କୁ ସ୍ୱତନ୍ତ୍ରଭାବେ ପାଳନ କରିବାକୁ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ସପ୍ତାହେ ଧରି ପାଳନ କରାଯିବାକୁ ଘୋଷଣା କରାଯାଇଛି। ଏନେଇ ବିଜେଡି ନେତା ଏୟୁ ସିଂଦେଓ, ସଞ୍ଜୟ ଦାଶବର୍ମା ଓ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେମାନଙ୍କ ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୫ରେ ବିଜେଡି ସରକାରକୁ ୨୦ ବର୍ଷ ପୂରିବ। ଏନେଇ ୭ ଦିନ କାର୍ଯ୍ୟକ୍ରମ ହେବ। ବିଜୁ ଜୟନ୍ତୀରେ ଯୁବ ଓ ମହିଳା ସଂଗଠନକୁ ମଧ୍ୟ ସାମିଲ କରାଯିବ। ସରକାରୀସ୍ତରରେ ଉତ୍ସବ ପାଳନ ହେବ। ଏନେଇ କଟକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ।
Comments are closed.