ଅଡ଼ୁଆରେ ଅନୁଭବ: କଂଗ୍ରେସ ନେତା ନିଶିକାନ୍ତ କହିଲେ, ସାଂସଦ ଦେଲେ ନାହିଁ ପ୍ରମାଣ
ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିଛା ଛାଡ଼ୁନି ବିବାଦ। କିଛି ଦିନ ତଳେ ପୁରୁଣା ବକେୟା ଦେଇ ନଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା ଅନୁଭବ ଏବେ ଆଉ ଏକ ବିବାରେ ଛନ୍ଦି ହୋଇଯାଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଛି ବିବାଦ। ଗତକାଲି ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା।
ଆଜି ପୁଣି ଥରେ ପ୍ରେସ୍ ମିଟ୍ କରି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରାପଡ଼ା ସାଂସଦ ଆମ ଆରୋପ ଗ୍ରହଣ କରିନେଇଥିବା ପ୍ରମାଣିତ ହେଲା। କାରଣ ଶିକ୍ଷାଗତ ଯୋଗ୍ୟତା ନେଇ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ପ୍ରମାଣ ଦେଖାଇ ନାହାନ୍ତି। ଅପରପକ୍ଷେ ନିଜ ସ୍ପଷ୍ଟୀକରଣରେ ସେ ମୂଳ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି। ଯଦି ତାଙ୍କ ପାଖରେ ନିର୍ଦ୍ଦିଷ୍ଟ ପ୍ରମାଣ ଥାଆନ୍ତା ତେବେ ସେ ସାର୍ଟିଫିକେଟ ଦେଖାଇଥାଆନ୍ତେ ବୋଲି କଂଗ୍ରେସ କହିଛି।
ମୂଳ ପ୍ରସଙ୍ଗକୁ ଏଡ଼ାଇ କେନ୍ଦ୍ରାପଡ଼ାର ବିକାଶ କଥା କହୁଛନ୍ତି ସାଂସଦ। ସାଂସଦଙ୍କ ସ୍ପଷ୍ଟୀକରଣ ପରୋକ୍ଷରେ ତାଙ୍କ ମିଛ ଶିକ୍ଷାକୁ ପ୍ରମାଣ କରୁଛି ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି। ଜାଲି ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଜେଲ ପଠାଉଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।
Comments are closed.