ରାଜ୍ୟ ପୈାର କର୍ମଚାରୀ ମହାସଂଘ ବୈଠକ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଓଡ଼ିଶା ପୈାର କର୍ମଚାରୀ ମହାସଂଘର ଅସ୍ଥାୟୀକର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ପୈରକର୍ମଚାରୀ ମହାସଂଘର ସଭାପତି ପ୍ରଭାତ ତ୍ରିପାଠୀ ଏହି ଅବସରରେ ରାଜ୍ୟର ୩ ହଜାରରୁ ଊର୍ଦ୍ଧ୍ୱ ପୈାର କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସଂ ପର୍କରେ ମନ୍ତ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।
ମନ୍ତ୍ରୀ ଜେନା ରାଜ୍ୟର ଅସ୍ଥାୟୀ ପୈାର କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସଂପର୍କରେ ଲିଖିତ ଆବେଦନ ପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୈାର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ପୂର୍ବତନ ବିଧାୟକ ତଥା କଟକ ପୈାର କର୍ମଚାରୀ ସଂଘର ସଭାପତି ରାଜୁ ସିଂ, ପୈାର କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ଆଶିଷ କୁମାର ସାହୁଙ୍କ ସମେତ ପୈାର କର୍ମଚାରୀ ମହାସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.