ସୁପର ମଡେଲର ଟାଇଟଲ ହାସଲ କଲେ ଦୀପ୍ତିଜ୍ୟୋତି
ଭୁବନ : ଓଡିଶାର ଝିଅ ଦୀପ୍ତିଜ୍ୟୋତି ପଟ୍ଟନାୟକ ସର୍ବଭାରତୀୟସ୍ତରରେ ଆୟୋଜିତ ଏଆଇଡବ୍ଲ୍ୟଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ୍ କରିଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲା ଭୁବନର ଏନ୍ଏସି ଅଧୀନ ୫ନଂ. ୱାର୍ଡରେ । ଦୀପ୍ତିଜ୍ୟୋତିଙ୍କ ବୟସ ୨୪। ବମ୍ବେରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ ୬ଜଣ ଝିଅ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ଦୀପ୍ତିଜ୍ୟୋତି ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ।
ପଦ୍ମଶ୍ରୀ ଡ଼ ଅଶୋକ କୁମାର ଗୁପ୍ତା ଓ ଏଆଇଡବ୍ଲ୍ୟଏ ଚେୟାରମାନ ଦଲଜିତ କଉର ଦୀପ୍ତିଜ୍ୟୋତିଙ୍କୁ ମୁକୁଟ ପିନ୍ଧାଇ ଥିଲେ ଓ ଏହାକୁ ହୋଟେଲ ଅନ୍ଧେରି ୱେଷ୍ଟ ଠାରେ ଆୟୋଜିତ କରାଯାଇଥିଲା ।
ବର୍ତ୍ତମାନ ଦୀପ୍ତିଜ୍ୟୋତି ବି-ଟେକ୍ ସାରିବା ପରେ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କର ଛୋଟବେଳୁ ପିଲାଟି ଦିନରୁ ମଡେଲିଂ ପ୍ରତି ଆଗ୍ରହ ଥିଲା , ଯାହା ତାଙ୍କୁ ଏହି ସଫଳତା ଦେଇଛି ।
ଦୀପ୍ତିଜ୍ୟୋତି କହିଛନ୍ତି, ଜେଜେ ମା’ ସରୋଜବାଳା ଓ ଜେଜେ ବାପା ପଦ୍ମନାଭଙ୍କ ପ୍ରେରଣାରୁ ସେ ଏତେ ବାଟ ଆସିପାରିଛନ୍ତି । ଏହି ସଫଳତାରେ ମା’ ମିନତି ଏବଂ ବାପା ପ୍ରଭାତ ଖୁସି ବ୍ୟକ୍ତ କରିଛନ୍ତି। ଭୁବନ ନଟରାଜ କଳାବିକାଶ କେନ୍ଦ୍ରରୁ ନୃତ୍ୟ ପ୍ରଶିକ୍ଷଣ ନେଇ ସେ କଳାନୈପୁଣ୍ୟର ପରିଚୟ ଦେଇଥିଲେ। ତାଙ୍କୁ ଅଞ୍ଚଳର କଳାକାରଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଦୀପ୍ତିଙ୍କ ପିତା ଭୁବନ ମହାବିଦ୍ୟାଳୟରେ ଲାବଟୋରି ଆସିଷ୍ଟାଣ୍ଡ ଭାବରେ କାମ କରିନ୍ତି ।
Comments are closed.