ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
![](https://www.odishalink.com/wp-content/uploads/2019/09/deadbody-2.jpg)
କଟକ: ବାଙ୍କୀ ବୈଦେଶ୍ବର ଥାନା ଅନୁଆରୀ ଗ୍ରାମ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସୁମୁଦ ଚନ୍ଦ୍ର ନାୟକ।ବାଙ୍କୀ ଦମକଳ ବାହିନୀ ବାହିନୀ ଦ୍ବାରା ତାଙ୍କୁ ଉଦ୍ଧାର କରିଛି। ଘଟଣା ସ୍ଥଳେ ବୈଦେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଚଲାଇଥିବା ବେଳେ ସେପଟେ ମୃତ ବୃଦ୍ଧ ଜଣକ ଘରୁ ଦୁଇଦିନ ହେବ ନିଖୋଜ ଥିଲେ।
ଘର ଲୋକେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ। ଆଜି ସକାଳୁ ଗ୍ରାମ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇ ଦମକଳ କେନ୍ଦ୍ରକୁ ଖବର ଦେବାପରେ ଘଟଣାସ୍ଥଳକୁ ଅଗ୍ନିଶ୍ରମ ବାହିନୀ ପଂହଁଚି ପୋଖରୀରୁ ଉଦ୍ଧାର କରିଥିଲେ।
Comments are closed.