ସିଟି ହସ୍ପିଟାଲ ଦାବିରେ ବରଗଡ଼ରେ ତେଜିଲା ଆନ୍ଦୋଳନ
ବରଗଡ଼: ବରଗଡ଼ରେ ମୁଖ୍ୟ ଡାକ୍ତରଖାନା ଆଗରେ ରାସ୍ତା ଉପରେ ଧାରଣା ଦେଲେ ହଜାର ହଜାର ସଂଖ୍ୟାରେ ବରଗଡ଼ ସହରବାସୀ। ବରଗଡରେ ସିଟି ହସପିଟାଲ ଦାବିରେ ସ୍ଥାନୀୟ ଲୋକେ ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାରଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏବେବି ସେଠାରେ ଉତେଜନା ଲାଗି ରହିଛି।
ସେପଟେ ୫୩ ନମ୍ବର ଜାତୀୟ ରାଜପଥର ବାନ୍ଦୁଟିକ୍ରା-ଘୁଲିପାଲି ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି। ଫଳରେ ଯାତାୟତ ଠପ୍ ହୋଇ ଯାଇଛି। ସହର ମଧ୍ୟରେ ଥିବା ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତିି। ଏହା ପୂର୍ବରୁ ଧାରଣାସ୍ଥଳରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଆଲୋଚନା ବିଫଳ ହୋଇଥିଲା।
Comments are closed.