ଆଜି ସାବରୀମାଳା ମନ୍ଦିର ମାମଲାର ଶୁଣାଣି

ନୂଆଦିଲ୍ଲୀ : ଆଜି ହେବ ସାବରିମାଳା ମନ୍ଦିର ମାମଲା ଶୁଣାଣି। ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। କେରଳର ସାବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ, ମସଜିଦ୍ରେ ମହିଳାଙ୍କ ପ୍ରବେଶ, ମନ୍ଦିରରେ ପାରସୀ ମହିଳାଙ୍କ ଅଭେଦ ପ୍ରବେଶନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଶୁଣାଣି ହେବ। ପୂର୍ବରୁ ସୁପ୍ରିମକୋର୍ଟରେ ଆସ୍ଥା ବନାମ ମୌଳିକ ଅଧିକାରକୁ ନେଇ ଅଭିଯୋଗ ହୋଇଥିଲା। ଏହି ସବୁ ମାମଲାର ଆଜିଠୁ ନିୟମିତ ଭାବେ ଶୁଣାଣି ହେବ। ଅଭିଯୋଗକାରୀଙ୍କ ପକ୍ଷରୁ କେବଳ ଜଣେ ଓକିଲ ଲଢ଼ି ପାରିବେ। ଧର୍ମାନୁଷ୍ଠାନରେ ମହିଳାଙ୍କ ପ୍ରବେଶ କଟକଣା ହଟାଇବାକୁ ଆବେଦନ ହୋଇଛି।
Comments are closed.