’ଦବଙ୍ଗ ୩’ ପରେ ଏହି ପ୍ରୋଜେକ୍ଟରେ ନଜର ଆସିବେ ସୋନାକ୍ଷୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସିନେମା ’ଦବଙ୍ଗ ୩’ ହିଟ ହୋଇଥିଲା । କିନ୍ତୁ ତାଙ୍କର ଏଥରେ ବେଶୀ କିଛି ଖାସ୍ ରୋଲ୍ ନଥିଲା । ତାଙ୍କ ଅପେକ୍ଷା ନବାଗତା ସାଇ ମାଞ୍ଜ୍ରେକରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ସୋନାକ୍ଷୀ ଏବେ ଏକ ଭଲ ପ୍ରୋଜେକ୍ଟର ସନ୍ଧାନରେ ଅଛନ୍ତି ।
ସୂଚନା ଅନୁଯାୟୀ, ସୋନାକ୍ଷୀ ଖୁବ୍ଶୀଘ୍ର ଆମାଜନ୍ ପ୍ରାଇମ୍ର ଏକ କ୍ରାଇମ୍ ଥ୍ରୀଲର୍ ୱେବ୍ ସିରିଜ୍ରେ ଅଭିନୟ କରିବେ। ତାଙ୍କ ସହିତ ରିମା କାଗତିଙ୍କ ଏହି ୱେବ୍ ସିରିଜ୍ରେ ଗୁଲଶନ୍ ଦେଭିୟା, ଶୋହୁମ୍ ଶାହ ଓ ବିଜୟ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହାର ପ୍ରଯୋଜନା ଦାୟିତ୍ୱ ଏକ୍ସେଲ୍ ମୁଭିଜ୍ ଓ ଟାଇଗର ୱେବ୍ଫିଲ୍ମସ୍ ମିଳିତ ଭାବେ ନେଇଛନ୍ତି। ସୋନାକ୍ଷୀ ଏହି ୱେବ୍ ସିରିଜ୍ ପୂରା ଟିମ୍ସହ ଏକ ଫଟୋ ଉଠାଇଛନ୍ତି ଓ ଏହାକୁ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଶେଆର୍ କରିଛନ୍ତି।
https://www.instagram.com/p/B8A0VsLAb-H/
ଫଟୋଟିକୁ ଶେଆର୍ କରି ସେ ଲେଖିଛନ୍ତି, “ନୂଆ ଆରମ୍ଭ: ଆମାଜନ୍ ସହ ଆମ ନୂଆ ସିରିଜ୍ ଆରମ୍ଭ କରିବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଏତେ ଦକ୍ଷ ଟିମ୍ ସହ କାମ କରିବା ନେଇ ମଧ୍ୟ ମୁଁ ବହୁତ ଉତ୍ସାହିତ।”
Comments are closed.