ପଦକ୍ଷେପ ନିଆଯବ: ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ବର: ଅଗଣିତ ଓଡ଼ିଆଙ୍କ ପ୍ରାଣପିଣ୍ଡ ଆରାଧ୍ୟ ଦେବ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଯାହାଙ୍କର ମହିମା ଓଡ଼ିଶା ନୁହେଁ ବରଂ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଖାଲି ସେତିକି ନୁହେଁ ମହାପ୍ରଭାଙ୍କ ବାରମାସର ତେର ପର୍ବ ବେଶ ନିଆରା। ଏଥି ମଧ୍ୟରୁ ରଥଯାତ୍ର ହେଉଛି ଅନ୍ୟତମ ପ୍ରମୁଖ ପର୍ବ। ତେବେ ବର୍ତ୍ତମାନ ଏହି ପ୍ରସିଦ୍ଧ ପର୍ବ ରଥଯାତ୍ରାକୁ ନେଇ ଜଗନ୍ନାଥ ସଂସ୍କୃତିକୁ କରାଯାଉଛି କୁଠାର ଘାତ। ଜଗନ୍ନାଥ ସଂସ୍କୃତି ଉଲଙ୍ଘନ ପୂର୍ବକ ଏବେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆରମ୍ଭ କରିଛି ଇସ୍କନ। ତେବେ ଏନେଇ ବିଭିନ୍ନ ମହଲରେ ବିରୋଧ କରାଯାଉଥିବା ବେଳେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ଅଦିନରେ ରଥଯାତ୍ରାକୁ ନେଇ ପଦକ୍ଷେପ ନିଆଯବ। ଏହା ଜଗନ୍ନଥା ସଂସ୍କୃତିପ୍ରତି କୁଠାର ଘାତ କହିଛନ୍ତି । ବାହାର ରାଜ୍ୟ ଓ ବିଦେଶରେ ସରକାରଙ୍କ ଆଇନ ଭିତରେ ବନ୍ଧା ନାହାନ୍ତି। ଏହା ସରକାରଙ୍କ ଜ୍ଞାତସାରରେ ଅଛି। ଏନେଇ ପଦକ୍ଷେପ ନିଆଯିବ। ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ପାଳିତ ହୋଇଥିଲା। ଇସ୍କନ ସଂସ୍ଥା ପକ୍ଷରୁ ଏକ ଭବ୍ୟ ଆୟୋଜନ କରି ମହାପ୍ରଭୁଙ୍କ ରଥ ଗଡ଼ିଥିବା ବେଳେ ଏଥିରେ ଅନେକ ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ମୁମ୍ବାଇ ଶିବାଜୀ ପାର୍କରୁ ଏହି ରଥଯାତ୍ରା ଆରମ୍ଭ ହୋଇଥିଲା। ଗୋଟିଏ ରଥରେ ଚତୁର୍ଦ୍ଧା ମୂରତିଙ୍କୁ ବସାଇ ରଥ ଯାତ୍ରା ହୋଇଥିଲା।
ପ୍ରକାଶ ଯେ, ୨୦୧୯ ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା।
କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନ୍ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା। ସେତେବେଳେ ଏହି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଥିଲେ । ତାଙ୍କ ମତ ଅନୁସାରେ ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେଣୁ ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଙ୍ଘନ କରି କେହି ପବିତ୍ର ଯାତ୍ରା ନକରିବାକୁ ସେ ଅନୁରୋଧ କହିଥିଲେ।
ତେବେ ବିଭିନ୍ନ ମହଲରୁ ବିରୋଧ ପରେ ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ନିଷ୍ପତ୍ତିରୁ ଓହରି ଯାଇଥିଲା ଇସ୍କନ। ହେଲେ ଏହାର କିଛି ମାସ ପରେ ମୁମ୍ବାଇରେ ଏମିତି ଏକ ମହାଆଡ଼ମ୍ବରରେ ରଥଯାତ୍ରା ଆୟୋଜନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।
Comments are closed.