ଖେଳୁଥିବା ବେଳେ ନାବାଳିକାଙ୍କୁ ଅପହରଣ
ରାଉରକେଲା: ଖେଳୁଥିବା ବେଳେ ଦୁଇ ଜଣ ନାବାଳିକା ଗାଏବ। ବର୍ତ୍ତମାନ ସୁଦ୍ଧା ନାବାଳିକା ଦୁଇ ଜଣଙ୍କ ପତ୍ତା ମିଳୁନି। ଏପରି ଘଟଣା ଘଟିଛି ଉଦିତନଗର ଥାନା ଅନ୍ତର୍ଗତ ବିରଜାପଲି ଅଞ୍ଚଳରେ। ପଞ୍ଚମ ଶ୍ରେଣୀ ଛାତ୍ରୀ ରିୟା ସାଗର (୧୧ବର୍ଷ) ଏବଂ ପ୍ରୀତି ସୁରେନ (୮ବର୍ଷ ) କାଲିଠୁ ମିଳୁନାହାନ୍ତି। ଗତକାଲି ଦୁହେଁ ସାଙ୍ଗ ହେଇ ସନ୍ଧ୍ୟାରେ ଖେଳୁଥିଲେ ହେଲେ ରାତିରେ ଆଉ ଘରକୁ ଫେରିନଥିଲେ। ପରିବାର ତରଫରୁ ଉଦିତନଗର ଥାନାରେ ଏତଲା ଦେବା ପରେ ପୋଲିସ ତୁରନ୍ତ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମାର୍କେଟ୍ ତଥା ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି। ଦୁଇ ଜଣ ନାବାଳିକା ଏକା ସାଙ୍ଗେ ଗାଏବ ହୋଇଥିବାରୁ କେହି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହ କରାଯାଉଛି।
Comments are closed.