ଶାହଙ୍କ ଓଡ଼ିଶା ଗସ୍ତ ବାତିଲ
![](https://www.odishalink.com/wp-content/uploads/2020/01/amit-shah-12.jpg)
ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଆସନ୍ତା ଫେବୃଆରୀ ୧୨ ତାରିଖରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବା ବେଳେ, ଏବେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଏହି ଗସ୍ତ ବାତିଲ ହୋଇଥିବାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ି ନାହିଁ। ଏଥିସହ ଅମିତ ଶାହ ପୁଣି କେବେ ଓଡ଼ିଶା ଆସିବେ ସେନେଇ ମଧ୍ୟ ସୂଚନା ମିଳିନାହିଁ। ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରଚିନ୍ଦନ ଫେବୃଆରୀ ୧୨ ତାରିଖରେ ଶାହ ଓଡ଼ିଶା ଆସିବେ ନେଇ ସୂଚନା ଦେଇଥିଲେ। ଏହି ଗସ୍ତରେ ସେ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ୍ ବୈଠକରେ ଯୋଗଦେବେ ଏବଂ ବେସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ବୋଲି କହିଥିଲେ। ତେବେ ଆଜି ଏହି ଗସ୍ତ ବାତିଲ ହୋଇଛି ବୋଲି ସୂଚନା ମିଳିଛି।
Comments are closed.