Odisha Link
Bridging the Missing Links in Odisha

ସିଏଜି ରିପୋର୍ଟ: ବରଫ ଅଂଚଳରେ ଯବାନଙ୍କୁ ଅବହେଳା

ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ସେନାଙ୍କ ପ୍ରତି ହେଉଥିବା ଚରମ ଅବହେଳା କଥା ଏବେ ସାମ୍ନାକୁ ଆସିଛି। ବରଫ ଅଂଚଳ ଲେହ, ଲଦାଖ ଓ ସିଆଚେନ୍ ଅଞ୍ଚଳରେ ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ପରିମାଣ ଖାଦ୍ୟ, ପୋଷାକ, ଜୋତା, ସ୍ଲିପିଙ୍ଗ ବ୍ୟାଗ ଓ ସ୍ନୋ-ଗ୍ଲାସ ଆଦି ନାହିଁ। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିଛି।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ୧୯୯୯ କାରଗିଲ ସମୀକ୍ଷା କମିଟି ପ୍ରସ୍ତାବ ଦେଇଥିଲେ ହେଁ ଏଯାଏ ଇଣ୍ଡିଆନ ନେସନାଲ୍ ଡିଫେନ୍ସ ୟୁନିଭର୍ସିଟି ପ୍ରତିଷ୍ଠା ହୋଇପାରି ନାହିଁ। ଯବାନଙ୍କ ପାଇଁ ଶୀତ ପୋଷାକ ଓ ସରଞ୍ଜାମ କିଣିବାରେ ସରକାର ୪ ବର୍ଷ ଗଡ଼ାଇ ଦେଲେଣି। ଯାହାଫଳରେ ସିଆଚେନ ଅଞ୍ଚଳରେ ମୁତୟନ ଯବାନ ଏବେ ଅଭାବନୀୟ ପରିସ୍ଥିତିରେ ରହିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ବରଫାଞ୍ଚଳରେ ମୁତୟନ ଥିବା ଯବାନଙ୍କୁ ପୋଷାକପତ୍ର ଯୋଗାଣରେ ଅବହେଳା, ବରଫଝଡ଼ର ମୁକାବିଲା କରିବା ପାଇଁ ଯବାନଙ୍କ ପାଖରେ ଚଷମା ନାହିଁ, ଶିଖର ଅଞ୍ଚଳରେ ସେମାନଙ୍କ ପାଇଁ ଘର ନାହିଁ, ଯବାନଙ୍କୁ ମଲ୍‌ଟି ପର୍ପୋଜ ବୁଟ୍ ଦିଆଯାଇ ନାହିଁ ଏଥିସହ ଉପଯୁକ୍ତମାନର ରାସନ ସାମଗ୍ରୀ ବଦଳରେ ଚଳନୀୟ ସାମଗ୍ରୀ ଦିଆଯାଉଛି।ଫଳରେ ଯବାନମାନେ ଯେତିକି କ୍ୟାଲୋରୀ ଦିନକୁ ପାଇବା କଥା, ସେଥିରେ କମ୍ ହେଉଥିବା ସିଏଜି କହିଛନ୍ତି। ପ୍ରତିରକ୍ଷା ବଜେଟରେ ଅଭାବ କାରଣରୁ ସେନା ପାଇଁ ପୁରୁଣା ଜାକେଟ୍, ଫେଓ ମାସ୍କ, ସ୍ଲିପିଙ୍ଗ ବ୍ୟାଗ ଓ ସ୍ନୋ-ଗ୍ଲାସରେ କାମ ଚଳାଇବାକୁ ପଡିଥିଲା। ଦେଶର ସୀମାକୁ ସୁରକ୍ଷା ଯୋଗାଇ ଦେଉଥିବା ସେନାର ଚାହିଦା ପୂରଣରେ ଏଭଳି ଚରମ ଅବହେଳାକୁ ନେଇ କ୍ୟାଗ ତାଙ୍କ ରିପୋର୍ଟରେ ଟିପ୍ପଣୀ କରିଛନ୍ତି।

Comments are closed.