ବିଜେପିକୁ ଟାର୍ଗେଟ କଲେ ଅରବିନ୍ଦ କେଜ୍ରିୱାଲ, ଦେଲେ ୨୪ ଘଣ୍ଟାର ମହଲତ (ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: ଆସନ୍ତା ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଦିଲ୍ଲୀ ରାଜନୀତି ଗରମ। ଭୋଟ ଗ୍ରହଣ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପାଖରେ ଯଦି ଦମ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ ବୋଲି କହିଛନ୍ତି କେଜ୍ରିଓ୍ବାଲ। ଏଥିସହ କେଜ୍ରିୱାଲ ବିଜେପିର ଯେ କୌଣସି ନେତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ଯଦି ବିଜେପି ଆସନ୍ତାକାଲି ୧ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ନ କରିବ, ତା’ହେଲେ ସେ ପୁଣିଥରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।
କେଜ୍ରିୱାଲ କହିଛନ୍ତି, “ଦିଲ୍ଲୀ ଜନାଦେଶ ପରେ ଅମିତ ଶାହ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ବୋଲି କହିଛନ୍ତି। ହେଲେ ଦିଲ୍ଲୀବାସୀ ଯଦି ବିଜେପିକୁ ଭୋଟ ଦେବେ, ତା’ହେଲେ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ, ହେବ ସେକଥା ଜାଣିବାକୁ ଚାହୁଁଛନ୍ତି।
ଯଦି ଭୋଟ ପରେ ଅମିତ ଶାହ କୌଣସି ଅଶିକ୍ଷିତ ଓ ଦକ୍ଷତା ନଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ, ତା’ହେଲେ କ’ଣ ହେବ? ଏହା ଦିଲ୍ଲୀବାସୀଙ୍କ ସହ ଧୋକା କରିବା ସହ ସମାନ। ଅମିତ ଶାହ ଦିଲ୍ଲୀବାସୀଙ୍କ ଠାରୁ ବ୍ଲାଙ୍କ ଚେକ୍ ନେବାକୁ ଦାବି କରିଛନ୍ତି।”
Comments are closed.