ହାତୀପଲଙ୍କ ଉପଦ୍ରବରେ ଏକର ଏକର ଫସଲ ନଷ୍ଟ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ ଅଧିନସ୍ଥ ବନବିହାରୀପୂର ଗାଁରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଉପଦ୍ରବ କରିଛନ୍ତି। ଚାଷୀ ମାନଙ୍କ ଏକର ଏକର ଆଳୁ ଫସଲକୁ ଖାଇଯିବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି।
ଗାଁ ପାଖ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ରାତିରେ ହାତୀପଲଙ୍କୁ ଘଉଡାଇବା ପାଇଁ ଗାଁ ଲୋକେ ଏକାଠି ହୋଇ ଚେଷ୍ଟା କରି ବିଫଳ ହୋଇଛନ୍ତି। ବିଭିନ୍ନ ସମୟରେ ଚାଷୀ ଙ୍କ ବିଭିନ୍ନ ଫସଲ ହାତୀପଲ ଉଜାଡି ଦେଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ବନବିଭାଗ ହାତୀମାନଙ୍କ ଗତିବିଧି ଅନୁଧ୍ୟାନ କରି ହାତୀ ଙ୍କୁ ଘଉଡାଇବାରେ ବିଫଳ ହେବା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Comments are closed.