କଟକ ଏସସିବି ଚତୁଃପାର୍ଶ୍ଵରୁ ଉଚ୍ଛେଦ ଆରମ୍ଭ

କଟକ: ଏସସିବି ମେଡିକାଲର ଉନ୍ନତିକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଆଜି ମେଡିକାଲ ଚତୁଃପାର୍ଶ୍ଵରୁ ଉଚ୍ଛେଦ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟର ଉଚ୍ଛେଦ ଚାଲିଛି। ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ୬ଟି ଜେସିବି ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯାଉଛି। ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀମାନଙ୍କୁ ସରକାରୀ ନିୟମ ଅନୁସାରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
Comments are closed.