୪୬ ବର୍ଷରେ ପାଦ ଥାପିଲେ ‘ରଙ୍ଗିଲା ଗର୍ଲ ଉର୍ମିଲା
![](https://www.odishalink.com/wp-content/uploads/2020/02/urmi.jpg)
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କର ଆଜି ଜନ୍ମ ଦିନ । ୪୬ ବର୍ଷରେ ପାଦ ଥାପି ଥିବା ଉର୍ମିଲା ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ୧୯୮୩ରେ ଉର୍ମିଳା ଶିଶୁ କଳାକାର ଭାବେ ମାସୁମ୍ ସିନେମାରେ ଅଭିନୟ କରିଥିଲେ ।
୧୯୯୨ରେ ରାମଗୋପାଳ ବର୍ମାଙ୍କସିନେମା ରଙ୍ଗିଲାରେ ଉର୍ମିଳାଙ୍କୁ ମିଳିଥିଲା ଷ୍ଟାର ଡମ୍ । ରାମଗୋପାଳଙ୍କ ସହିତ ଉର୍ମିଳାଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା । ଏହାଯୋଗୁ ଉର୍ମିଳାଙ୍କ କ୍ୟାରିୟର ବରବାଦ୍ ହୋଇଥିବା କେତେକ କୁହନ୍ତି ।
ନିଜଠାରୁ ୧୦ ବର୍ଷ ବୟସ ସାନ କଶ୍ମୀର ବିଜନେସ୍ ମ୍ୟାନ୍ ମୋହସିନ୍ ଅଖତର ମୀର୍ଙ୍କୁ ଲୁଚାଛପାରେ ୨୦୧୬ରେ ବିବାହ କରିଥିଲେ। ତେବେ ଉର୍ମିଲା ଅନେକ ହିଟ ସିନେମା ଅଭିନୟ କରି ଦର୍ଶକଙ୍କ ମନ ଜିତି ନେଇଛନ୍ତି । ସେଗୁଡିକ ହେଲା ଖୁବସୁତ , ଜଙ୍ଗଲ , ନରସିମ୍ମା, ମାସୁମ ଇତ୍ୟାଦି ।
Comments are closed.