ଏନଆରସିକୁ ନେଇ ସଫେଇ ଦେଲେ ସରକାର, କହିଲେ ଏପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ..

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପଟେ କେନ୍ଦ୍ର ସରକାର ଆଜି ସଂସଦରେ ଏହାକୁ ନେଇ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏନଆରସି ଲାଗୁ କରିବାକୁ ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନଆରସିକୁ ନେଇ ଏହା ହେଉଛି ପ୍ରଥମ ଅଫିସିଆଲ ପୃଷ୍ଟିକରଣ।
MoS Home Nityanand Rai in a written reply to a question in Lok Sabha: Till now, the government has not taken any decision to prepare National Register of Indian Citizens (NRIC) at the national level. pic.twitter.com/e3OarkJv9x
— ANI (@ANI) February 4, 2020
ସଂସଦରେ ଚନ୍ଦେନଶ୍ବର ରାୟ ଓ ନମ୍ମା ନାଗେଶ୍ବର ରାଓ ପ୍ରଶ୍ନ କରିଥିଲେ ଯେ, କଣ ସରକାର ସାରା ଦେଶରେ ଏନଆରସି ଲାଗୁ କରିବାକୁ ଯୋଜନା କରିଛନ୍ତି କି? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସେ ପ୍ରଶ୍ନର ଉତ୍ତରରେ ଲିଖିତ ଭାବରେ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଏପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ଏନଆରସି ଲାଗୁ କରିବାର ନିର୍ଣ୍ଣୟ କେନ୍ଦ୍ର ସରକାର ନେଇ ନାହାନ୍ତି।
ଏନଆରସିକୁ ନେଇ ସରକାର ଲୋକସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି। ଅନ୍ୟପଟେ ରାଜ୍ୟସଭାରେ ବିରୋଧୀ ସିଏଏ ଓ ଏନଆରସିକୁ ନେଇ ନାରା ଦେଉଛନ୍ତି।
Comments are closed.