Odisha Link
Bridging the Missing Links in Odisha

ଶକ୍ତିକାନ୍ତଙ୍କୁ ‘ଏସିଆ ପାସିଫିକ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର’ ସମ୍ମାନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଫାଇନାନସିଲ ଟାଇମସ ବ୍ୟାଙ୍କର ମାଗାଜିନ ପକ୍ଷରୁ ଚଳିତ ବର୍ଷ ପାଇଁ ‘ଏସିଆ ପାସିଫିକ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର’ ସମ୍ମାନ ନିମନ୍ତେ ମନୋନୟନ କରାଯାଇଛି। ଅର୍ଥନୀତିକୁ ସୁସଙ୍ଗତ ସହ ବିକାଶକୁ ପ୍ରାଧାନ୍ୟ ଦେବା ଓ ସ୍ଥିରତା ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଏହି ସମ୍ମାନ ଦିଆଯାଏ। ନେସନାଲ ବ୍ୟାଙ୍କ ଅଫ ସର୍ବିଆକୁ ‘ଗ୍ଲୋବାଲ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର’ ପାଇଁ ମନୋନୀତ କରାଯାଇଛି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସଙ୍କ ପାଇଁ ଋଣ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାଙ୍କ ଠକେଇ ଭଳି ଅନେକଗୁଡ଼ିଏ ପ୍ରସଙ୍ଗ ଥିଲା କିନ୍ତୁ ଶକ୍ତିକାନ୍ତଙ୍କ ତ୍ୱରିତ ନିଷ୍ପତ୍ତି ଫଳରେ ୨୦୧୯ରେ ୫ ଥର ସୁଧ ହାର କମ କରାଯାଇଥିଲା ସେ ଦାୟିତ୍ୱ ନେବା ପରେ ଉଭୟ ଧାରକ ଓ ଋଣ ଗ୍ରହୀତାଙ୍କ ଉପରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବା ସହ ଗୃହ କ୍ରୟ ପାଇଁ ଋଣ ଯୋଗାଇ ଦେଉଥିବା କମ୍ପାନୀଗୁଡିକୁ ରିଜର୍ଭ ବ୍ୟାଙ୍କ ସୀମା ଭିତରକୁ ଅଣାଯାଇଥିଲା। କ୍ଷୁଦ୍ର ବ୍ୟାଙ୍କ ତଥା ସହରାଂଚଳ ସମବାୟ ବ୍ୟାଙ୍କ ଯେଭଳି ଅଳ୍ପ ଖର୍ଚ୍ଚରେ ଉପଭୋକ୍ତାଙ୍କୁ ସେବା ଯୋଗାଇ ପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ।

Comments are closed.