କରୋନା ସନ୍ଦେହରେ ପୁଣି ଜଣେ ଏସ୍ସିବିରେ ଭର୍ତ୍ତି

କଟକ: କରୋନା ସନ୍ଦେହରେ ପୁଣି ଜଣେ ଗତକାଲି ବିଳମ୍ବିତ ରାତିରେ ଏସ୍ସିବିରେ ଭର୍ତ୍ତି ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି। ସେ ହଂକଂରେ ଏକ କମ୍ପାନୀରେ କାମ କରୁଥିଲେ। କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ୧୧ଜଣ ସନ୍ଦିଗ୍ଧଙ୍କୁ ଅବଜରଭେସନରେ ରଖାଯାଇଛି। ସମୁଦାୟ ୬ଜଣ ସନ୍ଦିଗ୍ଧଙ୍କଠାରୁ ରକ୍ତନମୁନା ସଂଗ୍ରହ କରାଯାଇଥିଲା, ସେଥିମଧ୍ୟରୁ ୫ଟି ନେଗେଟିଭ ରିପୋର୍ଟ ଆସିଛି। ଆଉ ଏକ ରିପୋର୍ଟ ଏଯାଏ ଆସିନାହିଁ। କାଲି କରୋନା ସନ୍ଦେହରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ କି ନୁହେଁ ଜଣାପଡିବ।
ସୂଚନାଯୋଗ୍ୟ, କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପର୍ଯ୍ୟନ୍ତ ଓଡ଼ିଶାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି କିନ୍ତୁ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ, ବର୍ତ୍ତମାନ ସୁଦ୍ଧା କରୋନାରେ ୪୯୨ ଜଣ ମୃତ କରିସାରିଲେଣି। ଏହି ଭାଇରସ୍ ୨୫ଦେଶକୁ ବ୍ୟାପିବା ସହ କେରଳରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.