ନକଲି ମୁଦି ଦେଇ ପ୍ରପୋଜ କରିଥିଲେ : ଐଶ୍ୱର୍ଯ୍ୟା
ମୁମ୍ବାଇ : ବଲିଉଡର ଷ୍ଟାର ଅଭିଷେକ ବଚ୍ଚନଙ୍କର ଆଜି ଜନ୍ମ ଦିନ । ୪୩ବୟସରେ ପାଦ ଦେଇଛନ୍ତି ବିଗବିଙ୍କ ପୁଅ ଅଭିଷେକ। ସେ ୫ ଫ୍ରେବ୍ରୁଆରୀ ୧୯୭୬ ମସିହା ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲା । ଅଭିଷେକ ନିଜର ଜନ୍ମଦିନ ନିଜର ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପରିବାର ସହିତ ମନାଇଛନ୍ତି ।
https://www.instagram.com/p/B8KJhv0JXaL/
ସେ ଅନେକ ସିନେମାରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଅଭିଷେକ ନୀଳ ଲୟନା ଐଶ୍ୱର୍ଯ୍ୟାଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ତାଙ୍କ ପ୍ରେମ କାହାଣୀ ବହୁ ଚର୍ଚ୍ଚିତ ଓ ନିଆରା ଥିଲା ।
ଦୁହେଁ ପ୍ରଥମ ଥର ୧୯୯୭ ମସିହାରେ ଗୋଟିଏ ଶୁଟିଂ ସେଟରେ ଦେଖା ହୋଇଥିଲା ଯେଉଁଠାରେ ଅଭିଷେକ ସାଙ୍ଗ ବବି ଦେଓଲଙ୍କ ସହିତ କାମ କରୁଥିଲେ ।
ଏହାର ପରେ ଦୁଇଜଣ ପ୍ରଥମ ଥର ଏକାଠି ୨୦୦୦ ମସିହାରେ ଫ୍ଲିମ ‘ଢାଇ ଅକ୍ଷର ପ୍ରେମ କେ’ ଏବଂ ଏହାର ପରେ ଦୁଇଜଣ ୨୦୦୩ ଆସିଥିବା ଫ୍ଲିମ ‘କୁଛ ନା କ ହୋ’ ରେ କାମ କରିଥିଲେ ।
ଐଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ ଯେ କେଉଁଭଳି ଭାବରେ ଅଭିଷେକ ତାଙ୍କୁ ପ୍ରପୋଜ କରିଥିଲେ ।ଏହା ମଧ୍ୟରେ ଜଣାଇଥିଲେ ଯେ ଫ୍ଲିମ ‘ଗୁରୁ’ ସୁଟିଂ ମଧ୍ୟରେ ଅଭିଷେକ ତାଙ୍କୁ ପ୍ରପୋଜ କରିଥିଲେ।
ସେହି ସମୟରେ ସେ ନ୍ୟୁୟର୍କର ଏକ ହୋଟେଲ ମଧ୍ୟରେ ଥିଲେ।ତଥାପି ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଏକ ବାଲକୋନିକୁ ଡାକି ବସାଇ ହଲିଉଡ଼ ଷ୍ଟାଇଲରେ ପ୍ରପୋଜ କରିଥିଲେ।କିନ୍ତୁ ପିନ୍ଧାଇଥିବା ଆଙ୍ଗୁଠି ଡାଇମଣ୍ଡ କିମ୍ବା ଗୋଲଡ଼ ମୁଦି ନଥିଲା ଏହା ଥିଲା ନକଲି ମୁଦି। ସତକଥା ହେଉଛି ଅଭିଷେକ ସୁଟିଂ ରେ ଏତେ ବ୍ୟସ୍ତ ଥିଲେ ଯେ ମୁଦି କିଣିବାକୁ ତାଙ୍କ ପାଖରେ ସମୟ ନଥିଲା।
Comments are closed.