ରାମ ମନ୍ଦିର ଟ୍ରଷ୍ଟ୍ ଗଠନକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଗଠନ ନିମନ୍ତେ ଉଦ୍ଧିଷ୍ଟ ଟ୍ରଷ୍ଟ୍କୁ ଲୋକସଭାରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ଉନ୍ନତି ପାଇଁ ଆମେ ଯୋଜନାଟିଏ ପ୍ରସ୍ତୁତ କରିଛୁ। ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ୍ ଗଠନ କରାଯାଇଛି। ଏଥିସହ ମୋଦୀ କହିଛନ୍ତି, ଅଯୋଧ୍ୟା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ଅନୁସାରେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ଜମି ଦେବା ନିମନ୍ତେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦୀର୍ଘ ଦିନର ଆଇନଗତ ସଂଘର୍ଷ ଦେଇ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ ବୋଲି ସେ କହିଛନ୍ତି।
ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖଯୋଗ୍ୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ମୁଁ ୧୩୦ କୋଟି ଭାରତବାସୀଙ୍କୁ ଅଭିବାଦନ ଜଣାଉଛି। ମୋଦୀ ଗୁରୁତ୍ୱ ଦେଇ କରି କହିଛନ୍ତି ‘ସବ୍କେ ସାଥ୍, ସବ୍କେ ବିକାଶ, ସବ୍କା ବିଶ୍ୱାସ’ ଧାରାରେ ପରିଚାଳିତ ତାଙ୍କ ସରକାର ପ୍ରତ୍ୟକ ଭାରତୀୟଙ୍କ ମଙ୍ଗଳ ପାଇଁ କାମନା କରୁଛି।
Comments are closed.