ଦିଲ୍ଲୀ ପୋଲିସ୍ ଜାରି କରିଥିବା ଫଟୋ ଉପରେ ଦୋଷୀ କପିଲଙ୍କ ବାପା ଦେଲେ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଶାହିନ୍ ବାଗ୍ ଗୁଳିକାଣ୍ଡରେ ଗିରଫ ହୋଇଥିବା ଦୋଷୀ କପିଲ ସିଂହ ଆମ ଆଦମୀ ପାର୍ଟିର ସଦସ୍ୟ ବୋଲି ସୂଚନା ଦେଇଥିଲେ। ଏହାରି ମଧ୍ୟରେ ଦୋଷୀ କପିଲଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆମ ଅଞ୍ଚଳରେ ଆମ୍ ଆଦମୀ ପାର୍ଟିର ପ୍ରଚାର ହେଉଥିଲା। ସେହି ସମୟରେ ଜବରଦସ୍ତି ଆସି ଟୋପି ପିନ୍ଧେଇ ଦେଇଥିଲେ। ବୋଲି କହିଛନ୍ତି ଦୋଷୀଙ୍କ ବାପା। ଆପ୍ ଦଳ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଦୋଷୀଙ୍କ ବାପା ଗଜେ ସିଂହ।
ଏଥିସହିତ ସେ କହିଛନ୍ତି ଯେ, ଆମେ ରାଜନୀତିରେ ଥିଲୁ। ହେଲେ ୨୦୧୨ ପର୍ଯ୍ୟନ୍ତ ବିଏସପି ଦଳ ସହ ଥିଲୁ। ବିଏସପିରେ ଥିବା ସମୟରେ ମୋର ସ୍ବାସ୍ଥ୍ୟବସ୍ଥା ଖରାପ ହେଲା ଫଳରେ ମୁଁ ରାଜନୀତି ଛାଡ଼ି ଦେଇଛି ବୋଲି କହିଛନ୍ତି ଗଜେ ସିଂହ। ଲୋକସଭା ନିର୍ବାଚନ ସମୟରେ ଆମ ଅଞ୍ଚଳକୁ ପାର୍ଟି ଲୋକ ପ୍ରଚାର ପାଇଁ ଆସିଥିଲେ। ସେହି ସମୟରେ ପାର୍ଟି କାର୍ଯ୍ୟକର୍ତ୍ତା ମାନେ ମଜାକରେ ଟୋପି ପିନ୍ଧାଇ ଦେଇଥିଲେ। ହେଲେ ସେହି ସମୟରେ କିଛି ହେଇ ନଥିଲା ଏବେ ଦିଲ୍ଲୀ ନିର୍ବାଚନ ତ ସେଥିପାଇଁ ଏଭଳି କରାଯାଉଛି ବୋଲି କହିଛନ୍ତି ଦୋଷୀଙ୍କ ପିତା।
ଏବେ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ଚାଲିଛି। ବିଜେପି ବାଲା ବି ପ୍ରଚାର ପାଇଁ ଆସୁଛନ୍ତି। ମୁଁ ଏଥର ବିଜେପି ପ୍ରାର୍ଥୀଙ୍କୁ ଫୁଲମାଳ ଦେଇଥିଲି। କାରଣ ମୁଁ ସମସ୍ତଙ୍କୁ ସମ୍ମାନ କରେ। ହେଲେ ମୋର ରାଜନୀତିକୁ ନେଇ ଏବେ କିଛି ଆଶା ନାହିଁ ବୋଲି କହିଲେ ଦୋଷୀଙ୍କ ବାପା ଗଜେ ସିଂହ।
Comments are closed.