ରାମ ମନ୍ଦିର ଟ୍ରଷ୍ଟ: ଓଓ୍ବେସୀ କହିଲେ ବାବରୀକୁ ଆମେ ଭୁଲି ପାରିବୁନି, ଯୋଗୀ କହିଲେ ଜୟ ଶ୍ରୀ ରାମ
![](https://www.odishalink.com/wp-content/uploads/2020/02/yogi-owaisi.jpeg)
ନୂଆଦିଲ୍ଲୀ: ଆଜି ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କଲେ ନରେନ୍ଦ୍ର ମୋଦି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ଟ୍ରଷ୍ଟର ଘୋଷଣା ପରେ ବିଜେପି ନେନା ଖୁସି ମନାଉଥିବା ବେଳେ ବିପକ୍ଷ ନେତା କଡ଼ା ପ୍ରତିକ୍ରିୟା ଦେଇଛନ୍ତି।
ଏଆଇଏମଆଇଏମ ଦଳର ସୁପ୍ରିମୋ ଅସଦ୍ଦୁଦ୍ଦିନ ଓଓ୍ବେସୀ ରାମ ମନ୍ଦିର ଟ୍ରଷ୍ଟକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବାବରୀ ମସଜିଦ ଭାଙ୍ଗିବା ଘଟଣା ଆମେ ଭୁଲିଛୁ ନା ଆମ ଆଗାମୀ ପିଢ଼ୀକୁ ଭୁଲିବାକୁ ଦେବୁ। ଏଥିସହିତ ସେ କହିଛନ୍ତି ଯେ, ସଂସଦର ଏହି ଅଧିବେଶନ ଫେବୃଆରୀ ୧୧ରେ ସମାପ୍ତ ହେବ। ରାମ ମନ୍ଦିର ଟ୍ରଷ୍ଟ ଘୋଷଣା ଦିଲ୍ଲୀ ନିର୍ବାଚନ ପରେ ଅର୍ଥାତ୍ ଫେବୃଆରୀ ୮ ପରେ ମଧ୍ୟ କରି ପାରିଥାନ୍ତେ। ବିଜେପିର ଏଭଳି ଭାବନାକୁ ନେଇ ମୁଁ ଚିନ୍ତିତ ବୋଲି କହିଛନ୍ତି ଓଓ୍ବେସୀ।
Asaduddin Owaisi, AIMIM on Prime Minister Narendra Modi announces constitution of Ram Temple trust: Session of Parliament will end on 11th February, the announcement could have come after 8th February. Seems like BJP is worried over #DelhiElections pic.twitter.com/uTZpumtHQ2
— ANI (@ANI) February 5, 2020
ଅପରପକ୍ଷେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ‘ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର’ ଟ୍ରଷ୍ଟ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଓ ମନ୍ଦିର ନିର୍ମାଣ ସମ୍ବନ୍ଧିତ ସମସ୍ତ ନିର୍ଣ୍ଣୟ ନେବାକୁ ସକ୍ଷମ ହେବ। ଜୟ ଶ୍ରୀରାମ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।
मा. PM श्री @narendramodi जी को प्रभु श्री राम के जन्मस्थान पर एक भव्य मंदिर बनाने के लिए एक स्वायत्त ट्रस्ट का गठन करने के लिये कोटिशः धन्यवाद।
'श्रीराम जन्मभूमि तीर्थ क्षेत्र' ट्रस्ट पूरी तरह स्वतंत्र एवं मंदिर निर्माण से संबंधित सभी निर्णय लेने में सक्षम होगा।
जय श्री राम!
— Yogi Adityanath (@myogiadityanath) February 5, 2020
Comments are closed.