Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀଙ୍କୁ ଫାଶୀ ମିଳିବ ନା ନାହିଁ, ଆଜି ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ପୂର୍ବରୁ ପଟିଆଲା ହାଉସ୍‌ କୋର୍ଟ ୪ ନିର୍ଭାୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହା ବିରୋଧରେ କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

କେନ୍ଦ୍ର ସରକାର ଏବଂ ତିହାର ଜେଲ୍‌ ତାଙ୍କ ଆବେଦନରେ ଦର୍ଶାଇଥିଲେ, ଦୋଷୀମାନେ ଗୋଟିଏ ପରେ ଗୋଟିଏ ରିଭ୍ୟୁ, କ୍ୟୁରେଟିଭ୍‌ ଏବଂ କ୍ଷମା ଆବେଦନ କରି ଏଭଳି ବିଳମ୍ବିତ ସ୍ଥିତିକୁ ନେଇଆସିଛନ୍ତି, ସେମାନଙ୍କୁ ଆଇନ ସହ ଖେଳିବା ପାଇଁ ଅନୁମତି ମିଳୁଥିବା ମନେ ହେଉଛି।

ଏହା ବ୍ୟତୀତ ମଙ୍ଗଳବାର ନିର୍ଭୟାଙ୍କ ପିତାମାତା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ଦର୍ଶାଇଛନ୍ତି, କେନ୍ଦ୍ର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ପ୍ରତି ଦୃଷ୍ଟି ଦିଆଯାଉ। ଜଷ୍ଟିସ୍‌ ସୁରେଶ କୁମାର କାଇ ଏହି ମାମଲାର ରାୟ ଶୁଣାଇବେ।

Comments are closed.