ବିଦ୍ୟୁତ ଆଘାତରେ ମହିଳା ମୃତ
![](https://www.odishalink.com/wp-content/uploads/2019/09/electric.jpg)
କେନ୍ଦୁଝର : ବିଦ୍ୟୁତ ଆଘାତରେ ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେମଶଢା ଗାଁରେ। ମୃତକ ଜଣକ ହେଲେ ସୁମିତ୍ରା ମହାନ୍ତ। ସୂଚନା ମୁତାବକ, କୌଣସି କାମ ପାଇଁ ସୁମିତ୍ରା ୱାଟର ହିଟରରେ ପାଣି ଗରମ କରୁଥିଲେ ଏବଂ ସେ ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସୁମିତ୍ରାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.