ଜାଣନ୍ତୁ ରାଜେଶ୍ୱରୀଙ୍କ ସଂଘର୍ଷମୟ ଜୀବନ

ଭୁବନେଶ୍ବର : କ୍ୟାନ୍ସର ଏକ ଏପରି ରୋଗ ଯାହାର ନାଁ ଶୁଣିଲେ ହିଁ ସମସ୍ତେ ଡରି ଯାଆନ୍ତି । ହେଲେ ମନ ବଳ ଓ ଆତ୍ମା ବିଶ୍ବାସ ଥିଲେ ଏହି ରୋଗରୁ ପାର ହେଇ ପରିବ । ଏହା କରି ଦେଖେଇଛନ୍ତି ଓଡ଼ିଆ ଟେଲି କଳାକାର ରାଜେଶ୍ୱରୀ ରାୟମହାପାତ୍ର । ସେ ୨୦୧୯ ମେ ମାସରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ ।
ଏକଥା ତାଙ୍କ ଫେସ୍ବୁକ୍ରେ ଲେଖି ଫ୍ୟାନ୍ ମାନଙ୍କୁ ଜଣାଇଥିଲେ। ସେ ଲେଖିଥିଲେ ଯେ, ମୁଁ ବ୍ରେନ୍ ଓ ଲଙ୍ଗ୍ କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି। କ୍ୟାନ୍ସର ଭଳି ଦୁରାରୋଗ୍ୟର ଶିକାର ହୋଇ ବି ସେ ହାର୍ ମାନି ନଥିଲେ । ବରଂ ଆଗଠାରୁ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଆଉ ଲଢ଼େଇ କରିବାର ସାହାସ ପାଇଛନ୍ତି ।
ସେ କହିଛନ୍ତି ଯେ, ଯଦି ଜଣେ ରୋଗୀ ଭାବିବ ମୋର କିଛି ହେବନି । ତେବେ କିଛି ହେବନି। ସେ କହିଛନ୍ତି ଯେ, ମୋ ଲଢ଼େଇ ପଛରେ ପୂରା ପରିବାର ଅଛି । ସବୁବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁକମାନେ ମୋ ପଛରେ ଠିଆ ହୋଇ ମୋତେ ସାହସ ଦେଇଛନ୍ତି ।
ଯିଏ ଜନ୍ମ ଦେଇଛନ୍ତି ସେ ହିଁ ବଞ୍ଚିବାର ରାହା ଦେଇଛନ୍ତି । ଯେତେବେଳେ କୌଣସି ସମସ୍ୟା ଆସେ ସେଇ ସମସ୍ୟା ସହ ଲଢ଼ିବା ପାଇଁ ସେ ହିଁ ଶକ୍ତି ଯୋଗାନ୍ତି । ଭଗବାନଙ୍କ ବିନା ଆମର କିଛି ଅସ୍ତିତ୍ୱ ନାହିଁ। ଏଥିପାଇଁ ଡାକ୍ତରଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ ।
କର୍କଟ ରୋଗୀମାନଙ୍କୁ ସର୍ବଦା ମୋରାଲ ସପୋର୍ଟ ଦିଆଯିବା କଥା। ତୁମେ ଭଲ ହୋଇ ଯିବ ବୋଲି କୁହାଯିବା କଥା ବୋଲି ସେ କହିଛନ୍ତି। ଉଭୟ ରୂପେଲି ଓ ଟେଲିଭିଜନ ପରଦାରେ ବେଶ ନାମକରା ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ ରାୟ।
Comments are closed.