ବକେୟା ବିଲ୍ ପୈଠକୁ ନେଇ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍

ଭୁବନେଶ୍ବର: ବକେୟା ବିଲ୍ ପୈଠକୁ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍। ବକେୟା ବିଲ୍ ପୈଠ ପାଇଁ ୧୦ ଦିନ ସମୟ ଦେଲା ସେସୁ। ପ୍ରେସମିଟ୍ରେ ବୋଥ୍ରା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି। ଏହି ସମୟ ମଧ୍ୟରେ ବକେୟା ବିଲ୍ ପୈଠ ନକଲେ ପୁଣି ବିଦ୍ୟୁତ୍ କାଟ କରାଯିବ। ବର୍ତ୍ତମାନ ସୁଦ୍ଧା ୨୫ ହଜାର ୫୩୧ ଉପଭୋକ୍ତାଙ୍କ ଠାରୁ ୭୨ କୋଟି ୭୬ ଲକ୍ଷ ବକେୟା ବିଲ୍ ଆଦାୟ କରାଯାଇଛି। ୨୧ ହଜାର ୩୩୯ ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତକାଟ କରାଯାଇଛି। ଆଶା ଅଛି ସବୁ ଉପଭୋକ୍ତା ବକେୟା ଦେଇ ଦେବେ। ବକେୟା ଦେଇ ଦେଲେ ଆମକୁ ଆଉ ବିଜୁଳି ସଂଯୋଜ କାଟିବାକୁ ପଡିବ ନାହିଁ।
Comments are closed.