ରାଜରାସ୍ତାରେ ଧାନବସ୍ତା ରଖି ଅବରୋଧ ଚାଷୀ

ମାଲକାନଗିରି: ମଣ୍ଡିରେ ଟୋକନ୍ ସମସ୍ୟା ନେଇ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାକ ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ ଜାରି ରଖିଛନ୍ତି। ରାସ୍ତା ବନ୍ଦ ଯୋଗୁଁ ଯାତାୟତ ଠପ୍ ରହିଛି।
ପ୍ରକାଶ ଯେଏ ମାଲକାନଗିରିରେ ଟୋକନ୍ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। କୋରୁକୋଣ୍ଡାରେ ଚାଷୀ ରାସ୍ତା ରୋକ କରିଛନ୍ତି। ଚାଷୀଙ୍କ ଧାନ ବିକ୍ରି କରିବା ଲାଗି ମଣ୍ଡିରେ ଟୋକେନ୍ ମିଳୁନଥିବା ଅଭିଯୋଗ ହୋଇଛି। ଏହାସହ ଧାନର ଉପଯୁକ୍ତ ମୂଲ୍ୟ ନମିଳିବା ଭଳି ବହୁ ସମସ୍ୟାକୁ ନେଇ ଚାଷୀମାନେ ତାତିଛନ୍ତି। ଧାନବସ୍ତା ରଖି ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ। ଫଳରେ ବାଲିମେଳା ଠାରୁ ମାଲକାନଗିରି ମଧ୍ୟରେ ଯାନ ବାହାନ ଚଳା ଚଳ ବନ୍ଦ ରହିଛି।