ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ବର : ଚଳିତ ବର୍ଷ ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦେବ ଦେବ ମହାଦେବଙ୍କ ପାଖରେ ଉଠିବ ମହାଦୀପ। ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀଜୀଉଙ୍କ ମହା ଶିବରାତ୍ରି ପାଇଁ ସେବାୟତଙ୍କ ଦ୍ବାରା ପୂର୍ବ ପ୍ରସ୍ତୁତ ନୀତିନିର୍ଘଣ୍ଟକୁ ଟ୍ରଷ୍ଟବୋର୍ଡ ଅନୁମୋଦନ ପ୍ରଦାନ କରିଛି। ମହା ଶିବରାତ୍ରି ଅବସରରେ ରାତି ୩ଟାରୁ ସାଢ଼େ ୩ଟା ମଧ୍ୟରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି କରାଯିବ ଏବଂ ରାତି ପ୍ରାୟ ୧୦ଟାରେ ମହାଦୀପ ଉଠିବ। ଏହାପରେ ଦିଅଁଙ୍କ ଅନ୍ୟାନ୍ୟ ନୀତି କରାଯାଇ ୨୨ ତାରିଖ ଭୋର ଶ୍ରୀଜୀଉଙ୍କ ବଡ଼ ସିଂହାର ବେଶ ହୋଇ ପହୁଡ଼ ପଡ଼ିବ ବୋଲି ସୂଚନା ଦିଆଯାଇଛି।
Comments are closed.