ଏଟିଏମ୍ ଲୁଟ୍ରେ ବିଫଳ ହେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଏଟିଏମ୍ ଲୁଟ୍ରେ ବିଫଳ ହୋଇ ଏଟିଏମ୍ ମେସିନ୍ ଭାଙ୍ଗିଲେ ଦୁର୍ବୃତ୍ତ। କାମାକ୍ଷାନଗର ମହାବୀର ବଜାର ସ୍ଥିତ କାନାରା ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ରୁ ଲୁଟ୍ ଉଦ୍ୟମ କରିଥିଲେ । ଲୁଟ୍ରେ ବିଫଳ ହେବା କାରଣରୁ ଏଟିଏମ୍ ମେସିନ୍କୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ଲୋକ ଟଙ୍କା ଉଠାଇବାକୁ ଯିବାବେଳେ ଏଟିଏମ୍ ମେସିନ୍ ଭାଙ୍ଗି ଥିବାର ଦେଖିଥିଲେ। ଏନେଇ ଖବରପାଇ କାମାକ୍ଷାନଗର ପୋଲିସ ଓ ବ୍ୟାଙ୍କ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତରୁ ଏଟିଏମ୍ରୁ ପଇସା ନେଇପାରିନଥିବା ବ୍ୟାଙ୍କ୍ର କର୍ମଚାରୀ କହିଛନ୍ତି ।
Comments are closed.