ଚଳିତ ବର୍ଷ ରେଳ ବଜେଟକୁ ମିଳିଲା ୪୩୭୩ କୋଟି ଟଙ୍କା
ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଛି । ଆଗାମୀ ଦିନରେ ନୀତି ଆୟୋଗର ଅନୁମୋଦନ ପରେ ସମ୍ବଲପୁର – ଗୋପାଳପୁର ନୂଆ ରେଳ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କା ଓଡିଶାକୁ ମିଳିବ ।
କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା ।
ମୋଦି ସରକାର ସମୟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୨୯,୧୨୧ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଏବଂ ରେଳମବୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ମହାନ୍ତି କହିଛନ୍ତି ଯେ, ପ୍ରଧାନମବୀଙ୍କ ଦ୍ୱାରା ସମୀକ୍ଷା ହୋଇଥିବା ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପାଇଁ ଗତ ବର୍ଷ ୩୫୦ କୋଟି ମିଳିଥିବାବେଳେ ଚଳିତ ବଜେଟରେ ୫୨୦ କୋଟି ଅନୁଦାନ ମିଳିଛି ।
ଅନୁଗୁଳ – ସୁକିନ୍ଦା ରେଳ ପ୍ରକଳ୍ପରେ ଗତବର୍ଷ ୨୫୦ କୋଟି ମିଳିଥିବାବେଳେ ଏଥର ୪୫୦ କୋଟି ମିଳିଛି । ବହୁପ୍ରତିକ୍ଷିତ ହରିଦାସପୁର – ପାରାଦୀପ ରେଳ ପଥ ଆସନ୍ତା ୨୦୨୧ ମାର୍ଚ ସୁଦ୍ଧା ଶେଷ ହେବ । ଏଥିପାଇଁ ୧୦୦ କୋଟି ଟଙ୍କା ଅନୁଦାନ ମିଳିଛି ।
ରାଜ୍ୟରେ ରେଳ ଲାଇନ ଦୋହରିକରଣ ପାଇଁ ସର୍ବମୋଟ ୧୨୦୦ କୋଟି ଅନୁଦାନ ମିଳିଛି । ସମ୍ବଲପୁର – ତାଳଚେର, ସମ୍ବଲପୁର – ଟିଟିଲାଗଡ, ଟିଟିଲାଗଡ – ରାୟଗଡା, ଟିଟିଲାଗଡ – ରାୟପୁର ରେଳ ଲାଇନର ଦୋହରିକରଣ କରାଯିବ ।
ସମ୍ବଲପୁର ଠାରେ ୱାଗନ ୱାର୍କସପ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମିଳିଛି । ବ୍ରିଜ ତଳେ ଏବଂ ଉପରେ ରେଳ ଲାଇନ ପାଇଁ ୧୧୬୫ କୋଟି ଅନୁଦାନ ମିଳିଛି । ଆଗାମୀ ଦିନରେ ନିତିଆୟୋଗ ଅନୁଦାନ ପରେ ସମ୍ବଲପୁର – ଗୋପାଳପୁର ନୂଆ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ ମିଳିବ ।
ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି ବୋଲି ମହାନ୍ତି କହିଛନ୍ତି ।
Comments are closed.