ମହାଭିଯୋଗରୁ ଦୋଷମୁକ୍ତ ହେଲେ ଟ୍ରମ୍ପ୍
ଓ୍ଵାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମହାଭିଯୋଗ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ତାଙ୍କ ବିରୋଧରେ ଆସିଥିବା ମାମଲାର ବିଚାର କରି ଟ୍ରମ୍ପ୍ଙ୍କୁ ଦୋଷମୁକ୍ତ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ମହାଭିଯୋଗରେ ସମ୍ମୁଖୀନ ହୋଇଥିବା ତୃତୀୟ ରାଷ୍ଟ୍ରପତି ହେଉଛନ୍ତି ୭୩ ବର୍ଷିୟ ଟ୍ରମ୍ପ୍।
ଆମେରିକା ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ଙ୍କ ଅଧ୍ୟକ୍ଷତାରେ ଏହି ବିଚାର ବୈଠକ ବସିଥିଲା। ନିରପେକ୍ଷ ବିଚାର କରିବାକୁ ଶପଥ ନେଇଥିବା ସିନେଟର୍ମାନେ ଠିଆ ହୋଇ ‘ରୋଲ୍ କଲ୍’ର (ଟ୍ରମ୍ପ୍ ଦୋଷୀ କି, ଦୋଷୀ ନୁହନ୍ତି ବୋଲି କହିବାକୁ ପ୍ରତ୍ୟେକ ସିନେଟର୍ଙ୍କ ନାମ ଡକାଯାଇଥିଲା।) ଭୋଟ୍ ଦେଇଥିଲେ। ତୁରନ୍ତ ସିନେଟର୍ମାନଙ୍କ ଭୋଟ୍ ଗଣନା କରାଯିବା ପରେ ‘ଟ୍ରମ୍ପ୍ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ’ ବୋଲି ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ଟ୍ରମ୍ପ୍ଙ୍କ ସପକ୍ଷରେ ୫୨ ଖଣ୍ଡ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ୍ ମିଳିଥିଲା।
ଟ୍ରମ୍ପ୍ଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଥିଲା- ଡେମୋକ୍ରାଟିକ୍ ପାର୍ଟିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ୍ଙ୍କ ବିରୋଧରେ ତଦନ୍ତ କରିବାକୁ ଟ୍ରମ୍ପ୍ ୟୁକ୍ରେନ୍କୁ ଅନୁରୋଧ କରିଥିଲେ। ଦ୍ୱିତୀୟ ଅଭିଯୋଗ ଥିଲା ସେ ନିଜର କ୍ଷମତାର ଅପବ୍ୟବହାର କରି କଂଗ୍ରେସର ତଦନ୍ତରେ ବାଧା ଉପୁଜାଇଥିଲେ।
Comments are closed.