Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ବିଭାଗୀୟ ସ୍ଥାୟୀ କମିଟି-୨ଙ୍କର ଏକାଦଶ ବୈଠକ ଏହାର ଅଧ୍ୟକ୍ଷ ବିଧାୟକ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାନସଭାରେ ଗତ ୨୦୧୯ ଜୁଲାଇ ୧୨ରେ ଉପସ୍ଥାପିତ ହୋଇଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସଂପର୍କିତ କମିଟିଙ୍କର ୨୦୧୯-୨୦ର ପ୍ରଥମ ରିପୋର୍ଟରେ ଥିବା ସୁପାରିଶ ଓ ଟିପ୍ପଣୀ ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ କମିଟିର ସଭ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ ବିଭାଗର ବରିଷ୍ଠ ପଦାଧିକାରୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.