କେରଳ: ଉପସ୍ଥାପିତ ହେଲା ବଜେଟ, ଚର୍ଚ୍ଚାରେ ପ୍ରଚ୍ଛଦ ପୃଷ୍ଠାର ଗାନ୍ଧିଙ୍କ ହତ୍ୟାର ଛବି
ଥିରୁଅନନ୍ତପୁରମ: କେରଳ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି। ହେଲେ ଗଣମାଧ୍ୟମରେ ବଜେଟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବଜେଟ ଅଭିଭାଷଣ ବୁକଲେଟର କଭର ପେଜକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ବଜେଟ ବୁକଲେଟର କଭର ପେଜରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ବେଳର ଏକ ସ୍କେଚ ଛାପିଛନ୍ତି କେରଳ ସରକାର। ଯାହାକୁ ନେଇ ବେଶ ଚର୍ଚ୍ଚା।
କେରଳ ଅର୍ଥମନ୍ତ୍ରୀ ଥମାସ ଆଇଜାକ କହିଛନ୍ତି, ‘ମୋର ବଜେଟ ଉପସ୍ଥାପନ କାଗଜର କଭର ପେଜ ମଲାୟାଲି ଚିତ୍ରକାରଙ୍କ ଦ୍ୱାରା ଅଙ୍କା ଯାଇଛି। ଏହି ଚିତ୍ର ଗାନ୍ଧିଙ୍କ ହତ୍ୟା ବେଳର। ଏଭଳି ଚିତ୍ର ବଜେଟ ଅଭିଭାଷଣର କଭର ପେଜରେ ଛାପି ଗାନ୍ଧିଙ୍କ ହତ୍ୟାକାରୀକୁ ମନେ ପକାଇବାକୁ ଚେଷ୍ଟା କରାଯାଇଛି। କିଛି ଘଟଣା ପୁରୁଣା ହେବା ବେଳକୁ ଲିଭିଯାଏ। ତେଣୁ ଦ୍ୱିତୀୟ ଥର ଇତିହାସ ଲେଖିବା ବେଳକୁ ଯେମିତି କେହି ଗାନ୍ଧିଙ୍କ ହତ୍ୟାକାରୀକୁ ନଭୁଲି ଯାଆନ୍ତି ଏହାକୁ ଉଦ୍ଦେଶ୍ୟରେ ରଖି ବଜେଟ ଅଭିଭାଷଣର କଭର ପେଜରେ ଗାନ୍ଧିଙ୍କ ହତ୍ୟା ବେଳର ଫଟୋ ଛପାଯାଇଛି’ ବୋଲି ସେ କହିଛନ୍ତି।
Kerala Finance Minister Thomas Isaac: This is important at the times when history is being re-written. There is an attempt to erase some popular memories and use National Register of Citizens (NRC) to divide the population on communal lines. Kerala will stand united. (2/2) https://t.co/RLEkCOrCDn
— ANI (@ANI) February 7, 2020
ବିଜେପି ଏଲଡିଏଫ ସରକାରର ଏଭଳି ପ୍ରୟାସକୁ ନେଇ ମତ ରଖିଛି। ବିଜେପି ନେତା ଟମ୍ ଓ୍ୱଡକ୍କନ କହିଛନ୍ତି, କେଉଁମାନେ ମହାତ୍ମା ଗାନ୍ଧିଙ୍କ ହତ୍ୟାରେ ଖୁସି ପ୍ରକାଶ କରୁଛନ୍ତି? କେରଳ ସରକାର ଏଭଳି କଭର ପେଜ ତିଆରି କରି ତାଙ୍କ ସରକାର ସମୟରେ ଲୋକଙ୍କୁ ହତ୍ୟା କରାଯାଉଥିବା ବାବଦରେ ମନେ ପକାଇ ଦେଇଛନ୍ତି।
Comments are closed.