Odisha Link
Bridging the Missing Links in Odisha

ରଙ୍ଗଶାଳା ଭଙ୍ଗା ଆରମ୍ଭ

ଯାଜପୁର: ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବିବାଦୀୟ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭଙ୍ଗା ହେଉଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳାକୁ ଭଙ୍ଗା ଯାଉଛି। ଯାଜପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଉପସ୍ଥିତରେ ଭଙ୍ଗା ଚାଲିଛି। ପୂର୍ବରୁ ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ଗଢି ଉଠିଥିବା ତଦନ୍ତ ପରେ ଜଣାପଡିଥିଲା।
ସରକାରୀ ଜମିରେ ଥିବା ରଙ୍ଗଶାଳା ମାଟିରେ ମିଶିବ ବୋଲି ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲା ରାଜସ୍ବ ବିଭାଗ। ରଙ୍ଗଶାଳା ଭାଙ୍ଗିବ ନା ରହିବ ତାକୁ ନେଇ ଅନେକ ଦିନ ଧରି ବିତର୍କ ଚାଲିଥିଲା। ରଙ୍ଗଶାଳାକୁ ନଭାଙ୍ଗି ଅନ୍ୟ କାମରେ ବ୍ୟବହାର ପାଇଁ ରାଜସ୍ବ ବିଭାଗରୁ ଅନୁମତି ଲୋଡିଥିଲେ ଜିଲ୍ଲାପାଳ।
ରାଜସ୍ବ ବିଭାଗକୁ ଜିଲ୍ଲାପାଳ ଲେଖିଥିବା ଚିଠିରେ ସ୍ଥାନୀୟ ଲୋକ ଏବଂ କିଛି ସଂଗଠନ ସେଠାରେ ଲାଇବ୍ରେରୀ, ହସ୍ପିଟାଲ୍ କରିବା ପାଇଁ ଅନୁରୋଧ କରୁଥିବା ଉଲ୍ଲେଖ ଥିଲା। ତେଣୁ ସେଠି ଏଭଳି ବ୍ୟବସ୍ଥା କରାଯାଇ ପାରିବ କି ନାହିଁ ସେନେଇ ଜିଲ୍ଲାପାଳ ରାଜସ୍ବ ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲେ। ମାତ୍ର ଆଇନ ମୁତାବକ ସରକାରୀ ଜମିରେ କୌଣସି ବେଆଇନ ନିର୍ମାଣକୁ ଭାଙ୍ଗିଦେବା ପାଇଁ ନିୟମ ରହିଛି। ତେଣୁ ଗେଷ୍ଟ ହାଇସ୍ ଟି ଭଙ୍ଗାଯିବା ନେଇ ନିଷ୍ପତ୍ତି ହୋଇଥିଲା।

Comments are closed.