ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ: ଡିଜିପି

ଭୁବନେଶ୍ବର: ମାଲକାନାଗିରି ଜିଲ୍ଲାରେ ମାଓ ଅପରେସନ ବେଳେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଓଡ଼ିଶା ଇତିହାସରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଡିଜିପି କହିଛନ୍ତି। ଡିଜିପିଙ୍କ ସୂଚନା ଅନୁଯାୟୀ ଜାନୁଆରୀରେ ବଡ଼ ଧରଣର ଅପରେସନ ହୋଇଥିଲା। ସ୍ୱାଭିମାନ ଅଞ୍ଚଳର ସହ ସାରା ମାଲକାନଗିରି ଜିଲ୍ଲାରେ ଅପରେସନ ହୋଇଥିଲା। ଓଡ଼ିଶା ପୁଲିସ, ଆନ୍ଧ୍ର ପୁଲିସ, ବିଏସଏଫ ଓ ସିଆରପିଏଫ ଏଥିରେ ସାମିଲ ହୋଇଥିଲେ। ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଗୋଟିଏ ମେସିନ ଗନ, ୩ଟି ଇନସାସ ରାଇଫଲ ଓ ଗୋଟିଏ ଷ୍ଟେନଗନ ମିଳିଥିଲା। ଅନ୍ୟାନ୍ୟ ବନ୍ଧୁକ ୩ଟି ଏବଂ ଶହେ ରାଉଣ୍ଡରୁ ଅଧିକ ଗୁଳି ମଧ୍ୟ ମିଳିଥିଲା। ବିପୁଳ ମାଓ ପୁସ୍ତିକା, ପୋଷାକ ସହ ବହୁ ସାମଗ୍ରୀ ମିଳିଥିଲା।
Comments are closed.